ETV Bharat / bharat

Punjab poll: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରିବ AAP

author img

By

Published : Jan 17, 2022, 4:58 PM IST

Punjab poll: କାଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରିବ AAP
Punjab poll: କାଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରିବ AAP

ଆସନ୍ତାକାଲି ସ୍ପଷ୍ଟ ହୋଇପାରେ AAPର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ । ଚଣ୍ଡିଗଡରେ ଘୋଷଣା କରିପାରନ୍ତି ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଚର୍ଚ୍ଚାର ଶୀର୍ଷରେ ଭଗବନ୍ତ ସିଂ ମନ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବଚନରେ ପ୍ରତିଦ୍ବନ୍ଦିତା କରୁଥିବା କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି ଆସନ୍ତାକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ କରିବ । ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ମୁଖ୍ୟ ଚଣ୍ଡିଗଡ ଗସ୍ତ କରିବା ପରେ ସେଠାରେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।

ତେବେ କିଛି ରାଜନୈତିକ ଦଳ ଫଳାଫଳ ଆସିବା ପରେ ଦଳ ସଂଖ୍ୟା ଗରିଷ୍ଠତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଚାର ବିମର୍ଶ କରୁଥିବାବେଳେ ଆପ କିନ୍ତୁ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ସମ୍ଭାବ୍ୟ ତାଲିକାରେ ଭଗବନ୍ତ ସିଂ ମନ୍ ଶୀର୍ଷରେ ଅଛନ୍ତି । ଯଦିଓ ଭାଗବତ ସିଂଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି, ଦଳ ପକ୍ଷରୁ କିନ୍ତୁ ଆନୁଷ୍ଠାନିକ ଭାବେ କିଛି ପ୍ରକାଶ କରାଯାଇନାହିଁ ।

ପାର୍ଟିର ଆଭ୍ୟନ୍ତରୀଣ ଫୋରମରେ ଭାଗବତ ସିଂ ମନଙ୍କ ସମେତ ଅନ୍ୟ କିଛି ପ୍ରମୁଖ ଚେହେରାଙ୍କୁ ନେଇ ବିଚାରବିମର୍ଶ ଜାରି ରହିଥିବା ଖବର ମିଳିଛି । କିଛି ଦିନ ପୂର୍ବରୁ କିଛି ଅସନ୍ତୁଷ୍ଟ ବିଧାୟକ ଦଳ ଛାଡିଥିଲେ । ସେମାନେ ଭଗବନ୍ତ ସିଂ ମନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ନିଷ୍ପତ୍ତିକୁ ବିରୋଧ କରି ପାର୍ଟି ଛାଡିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ କରିପାରେ ଆପ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.