ETV Bharat / bharat

Karnatak Hijab controversy: ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧିରେ ପ୍ରଦର୍ଶନ ନିଷେଧ

author img

By

Published : Feb 9, 2022, 4:20 PM IST

Hijab controversy: କର୍ଣ୍ଣାଟକରେ ସମସ୍ତ ଶିକ୍ଷାନୁଷ୍ଠାନର ୨ ଶହ ମିଟର ପରିଧି ମଧ୍ୟରେ ପ୍ରଦର୍ଶନ ନିଷେଧ
Hijab controversy: କର୍ଣ୍ଣାଟକରେ ସମସ୍ତ ଶିକ୍ଷାନୁଷ୍ଠାନର ୨ ଶହ ମିଟର ପରିଧି ମଧ୍ୟରେ ପ୍ରଦର୍ଶନ ନିଷେଧ

କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ବାହାରେ କରିପାରିବେନି ପ୍ରଦର୍ଶନ କିମ୍ବା ଆନ୍ଦୋଳନ । ୨ ସପ୍ତାହ ବ୍ୟାନ ଲଗାଇଲା ରାଜ୍ୟ ପୋଲିସ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲାଗି ରହିଥିବା ହିଜାବ ବିବାଦ ନେଇ ଗତକାଲି କିଛି ସ୍ଥାନରେ ହିଂସା ଦେଖବାକୁ ମିଳିଥବା ବେଳେ ଆଜି କଡା ନିର୍ଦ୍ଦେଶାବଳୀ ଜାରି କରିଛି ରାଜ୍ୟ ପୋଲିସ । ନିର୍ଦ୍ଦେଶାବଳୀ ଅନୁସାରେ, ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନର (ସ୍କୁଲ, ପ୍ରି ୟୁନିଭର୍ସିଟି ଓ ଡିଗ୍ରୀ କଲେଜ) ପରିସର କମ୍ବା 200 ମିଟର ପରିଧି ମଧ୍ୟରେ କୌଣସି ପ୍ରଦର୍ଶନ କିମ୍ବା ବିକ୍ଷୋଭ କରଯାଇ ପାରିବ ନାହିଁ ।

Hijab controversy: କର୍ଣ୍ଣାଟକରେ ସମସ୍ତ ଶିକ୍ଷାନୁଷ୍ଠାନର ୨ ଶହ ମିଟର ପରିଧି ମଧ୍ୟରେ ପ୍ରଦର୍ଶନ ନିଷେଧ
Hijab controversy: କର୍ଣ୍ଣାଟକରେ ସମସ୍ତ ଶିକ୍ଷାନୁଷ୍ଠାନର ୨ ଶହ ମିଟର ପରିଧି ମଧ୍ୟରେ ପ୍ରଦର୍ଶନ ନିଷେଧ

ଏହି ନିର୍ଦ୍ଦେଶ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ଥିବାବେଳେ ଆଜି ଠାରୁୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପୋଲିସ ବିଭାଗ । ଗତକାଲି ରାଜ୍ୟର ମାଣ୍ଡ୍ୟା ଓ ଶିବମୋଗା ଜିଲ୍ଲାର କିଛି ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିଥିଲା । ଶିବମୋଗାରେ ଛାତ୍ରଙ୍କ ପଥର ମାଡରେ ସାଧାରଣ ଲୋକଙ୍କ ସମେତ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । ପରେ ପୋଲିସ ଲାଠି ଚାଳନା କରିବା ସହ କିଛ ସ୍ଥାନରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା ।

  • Gatherings, agitations or protest of any type within the area of 200-meter radius from the gate(s) of schools, PU colleges, degree colleges or other similar educational institutions in Bengaluru city, prohibited for two weeks with immediate effect: Police Dept, Govt of Karnataka pic.twitter.com/zoxCYQ9SOo

    — ANI (@ANI) February 9, 2022 " class="align-text-top noRightClick twitterSection" data=" ">

ଗତକାଲି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ମଧ୍ୟ ଶାନ୍ତି ରକ୍ଷା କରିବାକୁ ସମସ୍ତ ଗୋଷ୍ଠୀକୁ ଅନୁରୋଧ କରିଥିଲେ । ତେବେ ସ୍ଥିତି କ୍ରମଶଃ ଅଣାୟତ ହେଉଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ପରିସର କିମ୍ବା ୨ ଶହ ମିଟର ପରିଧି ମଧ୍ୟରେ ଆନ୍ଦୋଳନ ଓ ପ୍ରଦର୍ଶନକୁୁ ସମ୍ପୂର୍ଣ୍ଣ ନିଷେଧ କରିଛି କର୍ଣ୍ଣାଟକ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.