ETV Bharat / bharat

Wrestlers Meet Minister: 15 ସୁଦ୍ଧା ତଦନ୍ତ ଶେଷ, 6 ଘଣ୍ଟାର ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି

author img

By

Published : Jun 7, 2023, 8:07 PM IST

6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଅନୁରାଗ ଠାକୁର, 15 ସୁଦ୍ଧା ଶେଷ ହେବ ତଦନ୍ତ
6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଅନୁରାଗ ଠାକୁର, 15 ସୁଦ୍ଧା ଶେଷ ହେବ ତଦନ୍ତ

15 ତାରିଖ ମଧ୍ୟରେ ଶେଷ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଜାରି ରହିଥିବା ତଦନ୍ତ । 6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା 15 ତାରିଖ ମଧ୍ୟରେ ଶେଷ ହେବ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପ୍ରକ୍ରିୟା । ଆଜି ଦୀର୍ଘ 6 ଘଣ୍ଟାର ଆଲୋଚନା ପରେ କୁସ୍ତିଯୋଦ୍ଧାଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ, ସେପର୍ଯ୍ୟନ୍ତ କୁସ୍ତିଯୋଦ୍ଧାଙ୍କ ଏହି ଧାରଣା ବନ୍ଦ ରହିବା ନେଇ ବଜରଙ୍ଗ ପୁନିଆ ସୂଚନା ଦେଇଛନ୍ତି । ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଦୀର୍ଘ 6 ଘଣ୍ଟାର ଆଲୋଚନା କରିଥିଲେ ।

  • #WATCH | We had a discussion on some issues. Police investigation should be completed by 15th June and the minister has requested us not to hold protests until then. He also said the security of female wrestlers will be taken care of. We have requested that all FIRs against… pic.twitter.com/rPXCpPcMwU

    — ANI (@ANI) June 7, 2023 " class="align-text-top noRightClick twitterSection" data=" ">

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଅନୁରାଗ 15 ତାରିଖ ସୁଦ୍ଧା କେବଳ ତଦନ୍ତ ଶେଷ ହେବା କଥା କହିଥିବା ବେଳେ କୁସ୍ତିଯୋଦ୍ଧାଙ୍କ ଦାବି ଅନୁସାରେ ବ୍ରିଜଭୂଷଣଙ୍କ ଗିରଫଦାରୀ ସମ୍ପର୍କରେ ଗୋଟିଏ ଶବ୍ଦ କହିନାହାନ୍ତି । ବ୍ରିଜଭୂଷଣଙ୍କ ଗିରଫଦାରି ଓ ପରେ ତଦନ୍ତ ଜାରି ରଖିବାକୁ କୁସ୍ତିଯୋଦ୍ଧା ପ୍ରଥମକୁ ଦାବି କରି ଆସୁଛନ୍ତି । ହେଲେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇନାହିଁ ।

  • #WATCH | I had a long 6-hour discussion with the wrestlers. We have assured wrestlers that the probe will be completed by 15th June and chargesheets will be submitted. The election of WFI will be done by 30th June: Union Sports Minister Anurag Thakur after meeting wrestlers pic.twitter.com/9hySRefxNM

    — ANI (@ANI) June 7, 2023 " class="align-text-top noRightClick twitterSection" data=" ">

ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ମୋ ସହ ସେମାନଙ୍କର ପ୍ରାୟ 6 ଘଣ୍ଟା ଧରି ଆଲୋଚନା ହେଲା । ଚଳିତ ମାସ 15 ତାରିଖ ସୁଦ୍ଧା ଏହି ମାମଲାର ତଦନ୍ତ ଶେଷ କରିବା ପାଇଁ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି । ଏହି ଅବଧି ମଧ୍ୟରେ ତଦନ୍ତ ଶେଷ ହୋଇ ଚାର୍ଜସିଟ ମଧ୍ୟ ଦାଖଲ ହେବ । ଜୁନ୍‌ 30 ତାରିଖରେ କୁସ୍ତି ମହାସଂଘର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି ମାମଲାରେ କୁସ୍ତି ମହାସଂଘରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଗଠନ ହେବ । ଯାହାର ନେତୃତ୍ବ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରାଯିବ । ସେହିପରି କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଏତଲା ମଧ୍ୟ ପ୍ରତ୍ୟାହାର କରାଯିବ ।"

ସେହିପରି ବ୍ରିଜଭୂଷଣ କୁସ୍ତି ମହାସଂଘର ସଭାପତି ଭାବେ 3ଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି । ଏହିମାସ ଶେଷରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ସହଯୋଗୀଙ୍କୁ ନିର୍ବାଚିତ ନକରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । ସେମାନେ ସରକାରଙ୍କ ଏହି ପ୍ରତିଶ୍ରୁତି ଗ୍ରହଣ କରିଛନ୍ତି । ଜୁନ 15 ତାରିଖ ପର୍ଯ୍ୟନ୍ତ ସେମାନେ ଧାରଣା ବନ୍ଦ ରଖିବେ ବୋଲି ସହମତି ପ୍ରକାଶ କରିଥିବା ଅନୁରାଗ ଠାକୁର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.