ETV Bharat / bharat

PM Modi us visit: ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jun 20, 2023, 11:00 PM IST

PM Modi us visit: ନ୍ଯୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
PM Modi us visit: ନ୍ଯୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନ୍ଯୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି ଜାତିସଂଘ ମୁଖ୍ଯାଳୟରେ ଆୟୋଜିତ ଯୋଗ ଦିବସ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁୟର୍କରେ ପହଞ୍ଚିଛନ୍ତି । ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି । ଆସନ୍ତାକାଲି (ବୁଧବାର) ସେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜାତିସଂଘ ମୁଖ୍ଯାଳୟରେ ଆୟୋଜିତ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିବେ । ପରେ ସେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ନୈଶ୍ଯଭୋଜିରେ ମଧ୍ୟ ସାମିଲ ହେବେ । ଏହା ବ୍ଯତୀତ ଏକାଧିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟ ଗସ୍ତସୂଚୀରେ ରହିଛି ।

  • Prime Minister Narendra Modi arrives in New York on first leg of his official State visit to the United States

    During his visit to New York, PM will meet CEOs, Nobel laureates, economists, artists, scientists, scholars, entrepreneurs, academicians, health sector experts today.… pic.twitter.com/4oBgul8EPG

    — ANI (@ANI) June 20, 2023 " class="align-text-top noRightClick twitterSection" data=" ">

ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଚଳିତବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ 180 ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର କୂଟନୀତିଜ୍ଞ, ନେତା, କଳାକାର, ସାଂସ୍କୃତିକ ଆଇକନ୍, ଏକାଡେମିକ୍ ଏବଂ ଉଦ୍ୟୋଗୀ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନାର୍ଥେ ଏହି ନୈଶ୍ୟଭୋଜିର ଆୟୋଜନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୁନ୍ 22 ତାରିଖରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ । ଏହି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ବ୍ୟତୀତ, ପ୍ରଧାନମନ୍ତ୍ରୀ ଅଗ୍ରଣୀ କମ୍ପାନୀଙ୍କର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ପ୍ରତ୍ୟେକ ବିଦେଶ ଗସ୍ତ ପରି ସେଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ଭାରତ ଆସିଥିବା ଆମେରିକା ଜାତୀୟ ପରାମର୍ଶଦାତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ବେଶ ଉତ୍ସାହୀ ଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହି ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେବା ସହ ଏହି ଗସ୍ତ ଓ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଭାରତ ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଆମେରିକା ଜାତୀୟ ପରାମର୍ଶଦାତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନେଇ ଆଲୋଚନା କରିଥିଲେ । ଆଜି ଠାରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ବହୁଚର୍ଚ୍ଚିତ ଗସ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.