ETV Bharat / bharat

Mega Road Show of PM Modi: ସୁରଟରେ 31 କି.ମି ରୋଡ୍‌ ଶୋ କଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 27, 2022, 10:44 PM IST

Mega Road Show of PM Modi: ସୁରଟରେ 31 କି.ମି ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ
Mega Road Show of PM Modi: ସୁରଟରେ 31 କି.ମି ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ

ସୁରଟରେ ପ୍ରଧାନମନ୍ତ୍ରୀଙ୍କ 31 କି.ମି ମୋଗ ରୋଡ ଶୋ । ନିର୍ବାଚନ ପାଖଉଥିବାବେଳେ, ବଢୁଛି ପ୍ରଚାର ତାତି । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ହାତରେ ଆଉ ମାତ୍ର କିଛି ଦିନ ଥିବାବେଳେ, ପ୍ରଚାରକୁ ଜୋରଦାର କରିବାରେ ଲାଗିଛି ଶାସନରେ ଥିବା ଭାରତୀୟ ଜନତା ପାର୍ଟି(BJP) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଆଜି ସୁରଟରେ 31 କି.ମି ମେଗା ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ସୁରଟ ବିମାନବନ୍ଦରରୁ କାମ୍ରେଜର ଗୋପିନ୍ ଫାର୍ମରେ ଆୟୋଜିତ ସଭାସ୍ଥଳକୁ ରୋଡ ଶୋ ମାଧ୍ୟମରେ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଜେପି ସମର୍ଥକ ଓ ମୋଦିଙ୍କର ପ୍ରଶଂସକ ମୋଦି ମୋଦି ନାରା ଦେଇଥିଲେ ।

Mega Road Show of PM Modi: ସୁରଟରେ 31 କି.ମି ରୋଡ ଶୋ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଟର ବାରାଚାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପରେ ଆଜି ସୁରଟରେ ରାତ୍ରିଯାପନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ 12ଟି ବିଧାନସଭା ଆସନରେ ରୋଡ ଶୋ, ରାଲି ଓ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟସୂଚୀରେ ଥିବା 12ଟି ଆସନରୁ 4ଟି ଆସନ ପଟିଦାର ସମ୍ପ୍ରଦାୟ ବହୁଳ ଆସନ ଭାବେ ମଧ୍ୟ ଜଣାଶୁଣା । ଆସନ୍ତାମାସ (ଡିସେମ୍ବର) 1 ଓ 5 ତାରିଖରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି ।

ବିଜେପି ଗତ ଦୀର୍ଘ 27ବର୍ଷ ଧରି ଶାସନରେ ଥିବା ବେଳେ କଂଗ୍ରେସ ସହ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିତା ହୋଇଆସୁଛି । ଚଳିତ ନିର୍ବାଚନରେ ଗୁଜୁରାଟ ରାଜନୀତିରେ ଏଣ୍ଟ୍ରି ମାରିଛି କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି । ତେଣୁ ତ୍ରିମୁଖୀ ଲଢେଇରେ ପୂର୍ବ ସମୀକରଣ ବଦଳିପାରେ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଗୁଜୁରାଟରେ ମରାଥନ ପ୍ରଚାର ଜାରି ରଖିଛନ୍ତି । 150 ଆସନରୁ ଅଧିକ ଆସନ ଜିତି କ୍ଷମତାର ନୂଆ ରେକର୍ଡ କରିବା ପାଇଁ ଭାରତୀୟ ଜନତା ପାର୍ଟି ଟାର୍ଗେଟ ମୋଡରେ ପ୍ରଚାର ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.