ETV Bharat / bharat

New Parliament Building: ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

author img

By

Published : May 28, 2023, 10:46 PM IST

Updated : May 29, 2023, 6:39 AM IST

କାର୍ଯ୍ୟକ୍ରମକୁ ବାର୍ତ୍ତା ମାଧ୍ୟମରେ ସ୍ବାଗତ କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି
କାର୍ଯ୍ୟକ୍ରମକୁ ବାର୍ତ୍ତା ମାଧ୍ୟମରେ ସ୍ବାଗତ କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ନୂତନ ସଂସଦ ଲୋକାର୍ପଣ ସମାରୋହକୁ କାର୍ଯ୍ୟକ୍ରମକୁ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି । ରାଷ୍ଟ୍ରପତି କହିଲେ, ଏହା ଗଣତାନ୍ତ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ଲୋକାର୍ପଣ ସମାରୋହକୁ ନିଜ ପ୍ରେରିତ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । କର୍ଯ୍ୟକ୍ରମରେ ଉଭୟଙ୍କ ଦ୍ବାରା ପ୍ରେରିତ ବାର୍ତ୍ତା ପାଠ କରାଯାଇଥିଲା । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା ସାମାରୋହରେ ପାଠ କରିଥିଲେ ।

  • Text of the Hon'ble Vice President's message to the nation on the occasion of inauguration of the New Parliament Building. pic.twitter.com/QxG4jtYB9a

    — Vice President of India (@VPIndia) May 28, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନକୁ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ନିଜ ବାର୍ତ୍ତାରେ କହିଛନ୍ତି, ‘‘ଏହା ସମଗ୍ର ଦେଶ ପାଇଁ ଗର୍ବର ଏବଂ ଅପାର ଆନନ୍ଦ ବିଷୟ । ନୂତନ ସଂସଦ ଗୃହର ଉଦଘାଟନ ଦେଶ ଇତିହାସରେ ସୁବର୍ଣ୍ଣ ଶବ୍ଦରେ ଲେଖାଯିବ । ଆମର ଗଣତାନ୍ତ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।’’ ସେହିପରି ଉରରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି, ‘‘ନୂତନ ସଂସଦ ଗୃହ ରାଜନୈତିକ ସହମତିରେ ସହାୟକ ହେବ ଏବଂ ଦାସତ୍ୱର ମାନସିକତାରୁ ମୁକ୍ତିର ପ୍ରତୀକ ହେବାକୁ ଯାଉଛି । ଏହି ନୂତନ କୋଠା ଭାରତର ଅଗ୍ରଗତିର ସାକ୍ଷୀ ରହିବ ।’’ କର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରାଯାଇଥିଲା ।

ସକାଳ ପ୍ରାୟ 7ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ବିଲ୍ଡିଂ ନିକଟରେ ପହଞ୍ଚିବା ପରେ ତାଙ୍କୁ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ବାଗତ କରିଥିଲେ । ଏହାପରେ ନୂଆ ସଂସଦ ଭବନ ଲୋକାର୍ପଣ ସମୋରୋହ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ ବିର୍ଲା ପୂଜାରେ ସାମିଲ ହୋଇଥିଲେ । ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଅଧୀନମ ମଠ ମହନ୍ତଙ୍କଠାରୁ ଐତିହାସିକ ସେଙ୍ଗୋଲ ଗ୍ରହଣ କରିବା ସହ ସେମାନଙ୍କୁ ଭୁମିଷ୍ଠ ପ୍ରଣାମ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ପରେ ଏହି ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବାଚସ୍ପତିଙ୍କ ଆସନର ବାମ ପାର୍ଶ୍ବରେ ସ୍ଥାପନ କରିଥିଲେ ।

ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଏଥିରେ ସମସ୍ତ ଧର୍ମର ବିଦ୍ବାନ ସାମିଲ ହୋଇଥିଲେ । ପରେ ପ୍ରଧାନମନ୍ତ୍ରୀ ଏହି ଭବ୍ୟ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ଶ୍ରମିକଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଲୋକସଭାରେ ଉପସ୍ଥିତ ଅତିଥି ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ ।

  • #WATCH | Rajya Sabha Deputy Chairman Harivansh reads out a message of Vice-President Jagdeep Dhankhar during the inauguration of new Parliament building pic.twitter.com/uWbkd9gDAg

    — ANI (@ANI) May 28, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 29, 2023, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.