ETV Bharat / bharat

ନାବାଳକଙ୍କ Hate slogans: କେରଳ ପୋଲିସର ତଦନ୍ତ, ମାମଲା ରୁଜୁ ପାଇଁ NCPCRର ନିର୍ଦ୍ଦେଶ

author img

By

Published : May 24, 2022, 11:16 AM IST

PIF ରାଲିଲେ ନାବାଳକଙ୍କ ଉତ୍ତେଜନାମୂଳକ ନାରା
PIF ରାଲିଲେ ନାବାଳକଙ୍କ ଉତ୍ତେଜନାମୂଳକ ନାରା

କେରଳ ଆଲାପୁଜାରେ ଜଣେ ନାବାଳକ ରାଲିରେ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି । ପିଏଫଆଇ (Popular Front of India)ର ଏକ ରାଲିରେ ଜଣେ ନାବାଳକ ଉତ୍ତେଜନାମୂଳକ ନରା ଦେଇଥିବା ଏକ ଭିଡିଓରୁ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି କେରଳ ପୋଲିସ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳ ଆଲାପୁଜାରେ ଜଣେ ନାବାଳକ ରାଲିରେ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି । ପିଏଫଆଇ (Popular Front of India)ର ଏକ ରାଲିରେ ଜଣେ ନାବାଳକ ଉତ୍ତେଜନାମୂଳକ ନରା ଦେଇଥିବା ଏକ ଭିଡିଓରୁ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି କେରଳ ପୋଲିସ । ବାଳକଟିକୁ ଏପରି ସ୍ଲୋଗାନ ଦେବାପାଇଁ ପ୍ରବର୍ତ୍ତାଇଥିବା ବ୍ୟକ୍ତିଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି NCPCR ।

21 ମଇରେ ପିଏଫଆଇ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଜଣ ନାବାଳକ ଜଣଙ୍କ କାନ୍ଧରେ ବସି ଉତ୍ତେଜନାମୂଳକ ସ୍ଲୋଗାଲ ଦେଉଥିବା ଦେଖିବାକୁ ମିଳିଥିଲା । ସ୍ଲୋଗାନରେ ବାଳକଟି କହିଥିଲା ହିନ୍ଦୁ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ଚାଉଳ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସେମାନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ଧୂପ ରଖିବା କଥା । ଯଦି ତୁମେ ଭଲ ଭାବରେ ବଞ୍ଚିବ ତେବେ ଆପଣ ଆମ ଦେଶରେ ରହିପାରିବେ ଏବଂ ଯଦି ଆପଣ ଠିକ୍ ଭାବରେ ବଞ୍ଚିବେ ନାହିଁ ତେବେ ଆମେ ଜାଣୁ ସ୍ବାଧୀନତା ବୋଲି କହିଛନ୍ତି ବାଳତ ଜଣକ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି । ଶିଶୁ ଜଣଙ୍କର ଉତ୍ତେଜନାମୂଳକ ସ୍ଲୋଗାନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ଭିଡିଓଟିରେ ପିଏଫଆଇ ପତାକା ସ୍ପଷ୍ଟ ଦେଖା ଯାଉଥିଲା । ଭିଡିଓ ଭାଇରାଲ ହେବାପରେ ପୋଲିସ ପିଲାର ଅଭିଭାବକ କିମ୍ବା ପିଆଇଏଫଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଅଭିଯୋଗ ହୋଇଛି ଯେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ଏବଂ PFI ଏହିପରି ଶିଶୁମାନଙ୍କୁ ସମାଜରେ ଘୃଣା, ଶତ୍ରୁତା ଏବଂ ସାମ୍ପ୍ରଦାୟିକ ହିଂସା ବିସ୍ତାର କରିବାରେ ବ୍ୟବହାର କରୁଛନ୍ତି । ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ପିଲାମାନଙ୍କର ମାଧ୍ୟମ ବନେଇବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ -2015 ର ଧାରା 75 ଏବଂ ଧାରା 83 ର ଉଲ୍ଲଂଘନ ଭଳି ମନେ ହୋଇଥିବା ଆୟୋଗ କହିଛନ୍ତି । କେରଳ ପୋଲିସର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ମାଗିଛନ୍ତି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.