ETV Bharat / bharat

Quad Summit: ଟୋକିଓ ଯିବେ ମୋଦି, ଜାପାନ ପିଏମ୍ ଓ ବାଇଡେନଙ୍କ ସହ ଆଲୋଚନା

author img

By

Published : May 19, 2022, 7:07 PM IST

Quad Summit 2022: ଜାପାନ ଯିବେ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଓ ବାଇଡେନଙ୍କ ସହ ଆଲୋଚନା
Quad Summit 2022: ଜାପାନ ଯିବେ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଓ ବାଇଡେନଙ୍କ ସହ ଆଲୋଚନା

ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନ ପ୍ରଧାନମନ୍ତ୍ରୀ ଓ ବାଇଡେନଙ୍କ ସହ ଆଲୋଚନା ନେଇ ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ମାସ 24 ତାରିଖରେ ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ବାଡ ସମ୍ମିଳନୀ (Quad Summit) ରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଏହି ସମ୍ମିଳନୀ ଅବସରରେ ସେ, ଜାପାନ ପ୍ରଧାନମନ୍ତ୍ରୀ ଫମିଓ କିଶିଦା ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ବୈଦେଶିକ ମନ୍ତ୍ରଣାଳୟ କହିିଛି । ଆଜି (ଗୁରୁବାର) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ପ୍ରେମ ବ୍ରିଫିଂରେ ସୂଚନା ଦେଇଛନ୍ତି ।

  • Prime Minister Narendra Modi will attend the Quad Summit on May 24 in Tokyo. This would be the 4th Summit of Quad leaders. Bilateral meetings with Japanese counterpart & bilateral meeting with US Prez to take place on May 24: MEA Spokesperson Arindam Bagchi on Tokyo Summit pic.twitter.com/NdeHs4ybVc

    — ANI (@ANI) May 19, 2022 " class="align-text-top noRightClick twitterSection" data=" ">

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାଖିକ ଆଲୋଚନା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବାର ସମ୍ଭବନା ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଜାପାନର କିଛି ପ୍ରମୁଖ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ସେଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତଥର ଜାପାନର ଟୋକିଓରେ କ୍ବାଡ ସମ୍ମିଳନୀର 4ର୍ଥ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ।

ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ଦାଦାଗିରିକୁ କାଉଣ୍ଟର କରିବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ମିଳିତ ଭାବେ କ୍ୱାଡ ଗଠନ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.