ETV Bharat / bharat

କୋରୋନାରେ ଲଗାମ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର

author img

By

Published : Mar 17, 2021, 3:38 PM IST

କୋରୋନା ଉପରେ ଲଗାମ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର
କୋରୋନା ଉପରେ ଲଗାମ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର

ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବୁଧବାର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଯୋଗେଁ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଟେଷ୍ଟିଙ୍ଗ୍‌, କଣ୍ଟାକ୍ଟ ଟ୍ରେସିଙ୍ଗ୍‌ ଓ ଚିକିତ୍ସା ଉପରେ ଯୋର ଦେବା ଜରୁରୀ ହୋଇପଡିଥିବା କହିଛନ୍ତି ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବିଶ୍ବରେ ଏଭଳି ଅନେକ କୋରୋନା ପ୍ରଭାବିତ ଦେଶ ଅଛନ୍ତି, ଯେଉଁଠି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆମ ଦେଶରେ ମଧ୍ୟ କିଛି ରାଜ୍ୟରେ ଅଚାନକ ବୃଦ୍ଧି ପାଇଛି ସଂକ୍ରମଣ । ଯଦି କୋରୋନାର ଏହି ୱେଭକୁ ଏଠାରେ ନ ରୋକାଯାଏ, ତେବେ ଦେଶବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବୁଧବାର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଟେଷ୍ଟିଙ୍ଗ୍‌, କଣ୍ଟାକ୍ଟ ଟ୍ରେସିଙ୍ଗ୍‌ ଓ ଚିକିତ୍ସା ଉପରେ ଯୋର ଦେବା ଜରୁରୀ ହୋଇପଡିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢୁଥିବା ସଂକ୍ରମଣ ମାମଲା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଜନସାଧାରଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଭୟର ବାତାବରଣ ସୃଷ୍ଟିହେବା ଉଚିତ ନୁହେଁ । ଜନସାଧାରଣଙ୍କୁ ଚିନ୍ତାରୁ ମୁକ୍ତି ଦେବା ସହିତ ପୁରୁଣା ଅନୁଭବକୁ ପୂନର୍ବାର ବ୍ୟବହାର କରିବା ଦରକାର ।

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ପିଏମ ମୋଦି କହିଛନ୍ତି, ଟେଷ୍ଟିଙ୍ଗ, କଣ୍ଟାକ୍ଟ ଟ୍ରେସିଙ୍ଗ ଓ ଚିକିତ୍ସାକୁ ଗମ୍ଭୀରତାର ସହିତ ନେବାର ଆବଶ୍ୟକତା ରହିଛି । ଟେଷ୍ଟିଙ୍ଗ ବଢାଇବାର ଆବଶ୍ୟତା ରହିଛି ।

କୋରୋନାକୁ ରୋକିବା ପାଇଁ ମୋଦିଙ୍କ 5 ମନ୍ତ୍ର

  • ଔଷଧ ବି ଆଉ କଠୋରତା ମଧ୍ୟ ପାଳନ କରିବାକୁ ପଡିବ
  • RT-PCR ଟେଷ୍ଟିଙ୍ଗକୁ ବୃଦ୍ଧି କରିବାକୁ ପଡିବ
  • ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ ତିଆରି କରିବା ଉପରେ ଜୋର ଦେବାକୁ ପଡିବ
  • ଭ୍ୟାକ୍ସିନ ଲଗାଇବା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ପଡିବ
  • ଭ୍ୟାକ୍ସିନର ଏକ୍ସପାରୀ ଡେଟ୍‌ର ମଧ୍ୟ ଧ୍ୟାନ ରଖିବାକୁ ପଡିବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.