ETV Bharat / bharat

Congress new President: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Oct 19, 2022, 6:42 PM IST

Congress new President: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Congress new President: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM modi wishes Mallikarjun Kharge )। ସଫଳ କାର୍ଯ୍ୟକାଳ ପାଇଁ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଶୁଭେଚ୍ଛା ଜଣଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ନୂତନ ଦାୟିତ୍ବ ପାଇଁ ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର କାର୍ଯ୍ୟକାଳ ଫଳପ୍ରଦ ହେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି (PM modi wishes Mallikarjun Kharge )।

  • My best wishes to Shri Mallikarjun Kharge Ji for his new responsibility as President of @INCIndia. May he have a fruitful tenure ahead. @kharge

    — Narendra Modi (@narendramodi) October 19, 2022 " class="align-text-top noRightClick twitterSection" data=" ">

22 ବର୍ଷ ପରେ କଂଗ୍ରେସରେ ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦଳର ଦୁଇ ଭେଟେରାନ ଲିଡର ମଲ୍ଲିକାର୍ଜୁନ ଖାଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । ଖାଡଗେ ଥରୁରଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । 1998 ରୁ କ୍ରମାଗତ ଗାନ୍ଧୀ ପରିବାର ହାତରେ ଏହି ସର୍ବୋଚ୍ଚ କମାଣ୍ଡ ରହି ଆସିଥିବା ବେଳେ ଦୁଇ ଦଶନ୍ଧି ପରେ ଅଣଗାନ୍ଧୀ ନେତା ଭାବେ ମଲ୍ଲିକାର୍ଜୁନ ଖାଡଗେ ଦେଶର ସର୍ବ ପୁରାତନ ରାଜନୈତିକ ଦଳର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.