ETV Bharat / bharat

ମାଡୁଛି ମହାମାରୀ, ଆଜି ପିଏମ- ସିଏମ ବୈଠକ

author img

By

Published : Jan 11, 2022, 12:25 PM IST

ଆଜି ପିଏମ- ସିଏମ ବୈଠକ
ଆଜି ପିଏମ- ସିଏମ ବୈଠକ

ଦେଢ ଲକ୍ଷ ପାର ହେଲାଣି ଦୈନିକ ସଂକ୍ରମଣ । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏନେଇ ରଣନୀତି ଆପଣାଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଯୋଗେ ଦେବ ବୈଠକ ।

ନୂଆଦିଲ୍ଲୀ: ହୁ ହୁ ହୋଇ ମାଡିଲାଣି ମହାମାରୀ । ଦେଢ ଲକ୍ଷ ପାର ହେଲାଣି ଦୈନିକ ସଂକ୍ରମଣ । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏନେଇ ରଣନୀତି ଆପଣାଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi meeting with states cm today) । ଅପରାହ୍ନ ୪ଟାରେ ଭିସି ଯୋଗେ ବସିବ ବୈଠକ ।

ବୈଠକରେ କୋରୋନା ସ୍ଥିତି ସମୀକ୍ଷା କରାଯିବ । ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବାକୁ ଉପାୟ ବାହାର କରାଯିବ । ଏହାପୂର୍ବରୁ ଶୁକ୍ରବାର ପିଏମ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବା ସହିତ ଟୀକାକରଣକୁ ଗୁରୁତ୍ବ ଦେଇଥିଲେ । ସଂକ୍ରମଣ ବୃଦ୍ଧିରେ ଦେଶରେ ମହାରାଷ୍ଟ୍ର ଆଗରେ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩୩ ହଜାର ୪୭୦ ନୂଆ ମାମଲା ଚିହ୍ନଟ ହୋଇଛି । ଏହାପରେ ପଶ୍ଚିମବଙ୍ଗରେ ୧୯ ହଜାର ୧୬୬, ତାମିଲନାଡୁରେ ୧୩, ୯୯୦ ଓ କର୍ଣ୍ଣାଟକରେ ୧୧ ହଜାର ୬୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରକାଶ ଥାଉ କି ଗତ ୨୪ ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 68 ହଜାର 63 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦୈନିକ ସଂକ୍ରମଣରେ 10. 64 ପ୍ରତିଶତ ବୃଦ୍ଧି ହୋଇଛି । ଏହାସହ 277 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.