ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ: UNGA କୁ ସମ୍ବୋଧିତ କରିବେ, Quad ସମ୍ମିଳନୀରେ ଯୋଗଦେବେ

author img

By

Published : Sep 22, 2021, 10:18 AM IST

ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ: UNGA କୁ ସମ୍ବୋଧିତ କରିବେ Quad ସମ୍ମିଳନୀରେ ଯୋଗଦେବେ
ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ: UNGA କୁ ସମ୍ବୋଧିତ କରିବେ Quad ସମ୍ମିଳନୀରେ ଯୋଗଦେବେ ()

ଆଜି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାର୍ଡ ସମ୍ମିଳନୀରେ ଯୋଗଦେବା ସହ ବାଇଡେନଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି(ବୁଧବାର) ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ୱାଶିଂଟନ ଡିସିରେ ପହଞ୍ଚିବା ପରେ ଆସନ୍ତାକାଲି(ଗୁରୁବାର) ଆମେରିକୀୟ କମ୍ପାନୀର ସିଇଓମାନଙ୍କୁ ଭେଟିବେ । ଏନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ସୂଚନା ଦେଇଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ୫ ଦିନିଆ ଗସ୍ତରେ ବହୁ ଗୁରତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ସିଇଓମାନଙ୍କୁ ଭେଟିବା ପରେ ଆମେରିକା ଉପରାଷ୍ଟ୍ରପତି କମଲା ହରିସ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଭେଟିବେ । ଏହାପରେ ୨୪ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ହ୍ବାଇଟହାଉସରେ ଆୟୋଜିତ କ୍ବାଡ୍ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ମୋଦି ଏବଂ ବାଇଡେନଙ୍କ ସମେତ ମୋରିସନ୍ ଏବଂ ସୁଗା ମଧ୍ୟ ସାମିଲ ରହିବେ ।

ତେବେ ଏହା କ୍ବାର୍ଡ ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ପ୍ରତ୍ୟକ୍ଷ ବୈଠକ । ଆମେରିକା ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଏହି କ୍ବାର୍ଡ ମେଣ୍ଟ ଗଠନ ହୋଇଛି । କ୍ବାର୍ଡ ପରେ ବାଇଡେନଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଭେଟିବେ ମୋଦି । ଉଭୟ ନେତାଙ୍କ ମଧ୍ୟରେ ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ ବୃଦ୍ଧି, ନିରାପତ୍ତା, ସ୍ବଚ୍ଛ ଶକ୍ତି, ଆଫଗାନିସ୍ତାନ ପରିସ୍ଥିତି, ସୀମାପାର ଆତଙ୍କବାଦ ମୁକାବିଲା, ଆତଙ୍କୀ ସଙ୍ଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ଏହାପରେ ୨୪ ରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରୁ ଯିବେ ନ୍ୟୁୟର୍କ । ସେଠାରେ ଜାତିସଂଘ ସାଧାରଣ ପରିଷଦ(UNGA)କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ 25 ସେପ୍ଟେମ୍ବରରେ ହେବ ।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ 26 ସେପ୍ଟେମ୍ବରରେ ଭାରତ ପ୍ରତ୍ତ୍ୟାବର୍ତ୍ତନ କରିବେ । ମୋଦିଙ୍କ ଏହି ଯାତ୍ରାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଯୋଗଦେବେ । ଅନ୍ୟପଟେ ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି(ମଙ୍ଗଳବାର) ଏସ ଜୟଶଙ୍କର ଆମେରିକା ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.