ETV Bharat / bharat

ବଢୁଛି କୋରୋନା, ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦି

author img

By

Published : Mar 15, 2021, 10:31 PM IST

ବଢୁଛି କୋରୋନା, ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପିଏମ
ବଢୁଛି କୋରୋନା, ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପିଏମ

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବୁଧବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ପୁନର୍ବାର କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ବଢୁଛି ସଂକ୍ରମଣ ସଂଖ୍ୟା । ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 17 ମାର୍ଚ୍ଚ, ବୁଧବାର ଭିସି ଯୋଗେଁ ହେବ ପିଏମ-ସିଏମ ବୈଠକ ।

ସେପଟେ ମହାରାଷ୍ଟ୍ରରେ କ୍ରମାଗତ କୋରୋନା ସଂକ୍ରମଣ ମାତ୍ରା ବୃଦ୍ଧି ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପିଏମଙ୍କ ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ ।

ଦେଶରେ ଟୀକାକରଣ ଆରମ୍ଭ ହେବା ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଟୀକାକରଣର ପ୍ରଗତିର ସମୀକ୍ଷା ମଧ୍ୟ କରିବେ ମୋଦି । ଭାରତରେ ଗୋଟିଏ ଦିନରେ 26 ହଜାର 291 ନୂଆ ମାମଲା ସାମ୍ନାକୁ ଆସିବା ପରେ ସୋମବାର ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢି 1,13,85,339ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.