ETV Bharat / bharat

ଦେଶର ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 9, 2022, 7:33 AM IST

ଦେଶର ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ
ଦେଶର ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଘୋଷଣା କରିବେ ଦେଶରେ ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ (PM to declare first solar powered village in India )। ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ । ଗୁଜୁରାଟର ମେହେସନା ଜିଲ୍ଲାର ମୋଧେରା ଗ୍ରାମକୁ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ମାନ୍ୟତା ମିଳିବ (PM to declare first solar powered village in India )। ସେଠାରେ ଥିବା ସୂର୍ଯ୍ୟ ମନ୍ଦିର ପାଇଁ ମୋଧେରା ପ୍ରସିଦ୍ଧ ଲାଭ କରିଛି । ସୌରଶକ୍ତି ସାହାଯ୍ୟରେ ମଧ୍ୟ ମନ୍ଦିର ହେରିଟେଜ ପ୍ରକଳ୍ପରେ ଆଲୋକୀକରଣ ଓ ୩-ଡି ଲାଇଟ ଶୋ’ର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।

ସୌର ପ୍ରକଳ୍ପ ସମ୍ପର୍କରେ ଗୁଜୁରାଟ ସରକାର ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ଏହି ଗ୍ରାମର ସମସ୍ତ ବିଜୁଳି ଶକ୍ତିର ଆବଶ୍ୟକତା ସୌରଶକ୍ତି ଦ୍ବାରା କରାଯିବାରେ ସକ୍ଷମ । ଗ୍ରାମରେ ମୋଟ ଏକ ହଜାର ସୋଲାର ପ୍ୟାନେଲ ଇନଷ୍ଟଲ କରାଯାଇଛି । ପ୍ରତ୍ୟେକ ଘର ଉପରେ ଏହି ପ୍ଲେଟ ଇନଷ୍ଟଲ କରାଯାଇଛି, ଯାହା ଫଳରେ ଗ୍ରାମବାସୀ ୨୪ ଘଣ୍ଟିଆ ନିରନ୍ତର ବିଜୁଳି ସେବା ପାଇପାରୁଛନ୍ତି (Indias first solar powered village)। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିପାଇଁ ସେମାନଙ୍କୁ ଦେୟ ମଧ୍ୟ ଦେବାକୁ ପଡୁନାହିଁ । ଏକକାଳିନ ଇନଷ୍ଟଲମେଣ୍ଟ ଖର୍ଚ୍ଚ ପରେ ଏହାର ସଠିକ ରକ୍ଷଣାବେକ୍ଷଣ ଫଳରେ ଏହା ଦୀର୍ଘଦିନ ଧରି ପ୍ରଭାବୀ ଭାବେ କାର୍ଯ୍ୟ କରିପାରିବ । ଯାହା ଗ୍ରାମବାସୀଙ୍କୁ ଆର୍ଥିକ ଭାବେ ମଧ୍ୟ ସହାୟକ ହୋଇପାରିବ ।

ଦେଶକୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ମିଶନକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ଏହି ପ୍ରକଳ୍ପ ଆରମ୍ଭ କରିଥିଲା (PM to declare first solar powered village in India )। ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୋଧେରାର ମନ୍ଦିର ପରିସରରେ ମଧ୍ୟ ୩-ଡି ପ୍ରେଜେକସନ ଫ୍ୟାସିଲିଟି ଉପଲବ୍ଧ ହେବାକୁ ଯାଉଛି । ଯାହାକି ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାର ଲୋକାର୍ପିତ ହେବାକୁ ଯାଉଛି । ଏହି ଐତିହ୍ୟ ପ୍ରକଳ୍ପର ଏକ ଅଂଶବିଶେଷ ଭାବେ ମନ୍ଦିର ପରିସରରେ ଲାଇଟ ଶୋ’ର ଆୟୋଜନ କରାଯାଇଛି । ସାଧାରଣ ପର୍ଯ୍ୟଟକ ସକାଳ ୬ରୁ ରାତି ୧୦ ଯାଏ ଏହି ମନ୍ଦିର ହେରିଟେଜ ପ୍ରକଳ୍ପ ପରିଦର୍ଶନ କରିପାରିବେ । ସେହିପରି ପ୍ରତ୍ୟେହ ସଂଧ୍ୟାରେ ଏକ ଲାଇଟ ଶୋ’ ମଧ୍ୟ ଆୟୋଜିତ ହେବ । ଯାହା ସମ୍ପୂର୍ଣ୍ଣ ସୌରଶକ୍ତି ଦ୍ବାରା ହିଁ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.