ETV Bharat / bharat

ଜିଲ୍ଲାପାଳଙ୍କୁ ସୀତାରମଣଙ୍କ ତାଗିଦ ଘଟଣା, ଗ୍ୟାସ ସିଲିଣ୍ଡରରେ ମୋଦିଙ୍କ ଫଟୋ ଲଗାଇଲା TRS

author img

By

Published : Sep 3, 2022, 10:35 PM IST

ଗ୍ୟାସ ସିଲିଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦି, ତେଲେଙ୍ଗାନାରେ ଭିନ୍ନ ଢଙ୍ଗରେ ପ୍ରତିବାଦ
ଗ୍ୟାସ ସିଲିଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦି, ତେଲେଙ୍ଗାନାରେ ଭିନ୍ନ ଢଙ୍ଗରେ ପ୍ରତିବାଦ

ପିଡିଏସ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (PM Modi pictures on LPG cylinders in Telangana) । ଗ୍ୟାସ ସିଲିଣ୍ଡରରେ ମୁଲ୍ୟ ଲେଖି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସମାଲୋଚନା କଲା TRS । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ଏକ ସରକାରୀ ରାସନ ବିତରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଘଟଣାରେ ପ୍ରତିକ୍ରିୟା ରଖିଛି ରାଜ୍ୟରେ ଶାସନରେ ଥିବା ଟିଆରଏସ (PM Modi pictures on LPG cylinders in Telangana)। ଆଜି ଦଳ ଏଲପିିଜି ସିଲିଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ସହ ତଳେ ଦର ମଧ୍ୟ ଲେଖିଛି । ସିଲିଣ୍ଡରରେ ମୋଦିଜୀ ୧୧୫୦("Modi Ji Rs 1105") ଲେଖାଯାଇଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଦଳର ସୋସିଆଲ ମଡିଆ ଶାଖା ମଧ୍ୟ ଘଟଣା ନେଇ ସିଧା ସଳଖ କେନ୍ଦ୍ର, ବିଜେପିି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

TRS ସୋସିଆଲ ମିଡିଆ ସଂଯୋଜକ କୃଷ୍ଣ.କେ ଟ୍ୱିଟ କରି ସୀତାରମଣଙ୍କୁ କଟାକ୍ଷ ଆଳରେ କହିଛନ୍ତି ଯେ, ‘‘ଆପଣ ମୋଦିଜୀଙ୍କର ଫଟୋ ଚାହୁଁଥିଲେ, ଏଠାରେ ମୋଦି ଜୀ ଅଛନ୍ତି । ସେ ଉକ୍ତ ଟ୍ବିଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ଗାଡିରେ ଗ୍ୟାସ ସିଲିଣ୍ଡର ବୋଝେଇ ହୋଇଛି ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ମଧ୍ୟ ଲେଖାଯାଇଛି (PM Modi pictures on LPG cylinders in Telangana)।

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ଏକ ପିଡିଏସ ସାମଗ୍ରୀ ବିତରଣ କେନ୍ଦ୍ର ଗସ୍ତ କରି ବ୍ୟବସ୍ଥା ତଦାରଖ କରିଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା କାରଣରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ତାଗିଦ କରିଥିଲେ । ମିଳୁଥିବା ସବସିଡ ଚାଉଳର ଖୋଲା ବଜାର ଦାମ ଓ ସରକାରୀ ବିତରଣ କେନ୍ଦ୍ରରେ ଦାମର ବ୍ୟବଧାନ ପଚାରିଥିଲେ । ଏହି ଯୋଜନାରେ କେନ୍ଦ୍ର ରାଜ୍ୟର ଅଂଶ କେତେ ବୋଲି ମଧ୍ୟ ଜିଲ୍ଲାପାଳଙ୍କୁ ପଚାରିଥିଲେ ସୀତାରମଣ । ଉକ୍ତ ପିଡିଏସ କେନ୍ଦ୍ରରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିନାହିଁ ସେ ନେଇ ସେ ଜିଲ୍ଲାପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ତେଲେଙ୍ଗାନାରେ ଶାସନରେ ଥିବା TRS ସୀତାରମଣଙ୍କୁ ସମାଲୋଚନା କରିଥିଲା । ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁତ୍ର ତଥା ରାଜ୍ୟର ମନ୍ତ୍ରୀ କେଟିଆର ଏହାକୁ ନେଇ ସୀତାରମଣଙ୍କୁ ସମାଲୋଚନା କରିବା ସହ ଏପରି ବ୍ୟବହାର ପ୍ରଶାସନିକ ଅଧିକାରୀଙ୍କ ମନୋବଳକୁ ଦୁର୍ବଳ କରିବ ବୋଲି ମଧ୍ୟ କହିଥିଲେ । ତେବେ ଆଜି ଦଳ ପକ୍ଷରୁ ଭିନ୍ନ ଭାବେ ବିଜେପି ଓ ସୀତାରମଣଙ୍କୁ ସମାଲୋଚନା କରାଯାଇଛି । ଜାଳେଣି ଗ୍ୟାସକୁ ବୃଦ୍ଧିକୁ ସାରା ଦେଶରେ ବିଜେପିକୁ ସମାଲୋଚନା କରିବାରେ ଲାଗିଛନ୍ତି ବିରୋଧୀ । ସୀତାରମଣଙ୍କ ଫଟୋ ତାଗିଦକୁ ମଧ୍ଯ ଟିଆରଏସ ଏହି ଦରଦାମ ବୃଦ୍ଧି ସହ ଯୋଡି ସିଲିଣ୍ଡରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.