ETV Bharat / bharat

Quad summit: ଟୋକିଓ ଯାତ୍ରା କଲେ ମୋଦି

author img

By

Published : May 22, 2022, 10:52 PM IST

Quad summit: ଟୋକିଓ ଯାତ୍ରା କଲେ ମୋଦି
Quad summit: ଟୋକିଓ ଯାତ୍ରା କଲେ ମୋଦି

କ୍ବାଡ ସମ୍ମିଳନୀ (Quad meet)ରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଅଭିମୁଖ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି । 24 ରୁ ଆରମ୍ଭ ହେବ ସମ୍ମିଳନୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 24 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ବାଡ ସମ୍ମିଳନୀ (Quad summit)ରେ ଅଂଶଗ୍ରହଣ କରିବା ପାଇଁ ଟୋକିଓ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି ।ଆଜି ସନ୍ଧ୍ୟାରେ ମୋଦି ଦିଲ୍ଲୀରୁ ଟୋକିଓ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ରାଷ୍ଟ୍ରପତି ଫୁମିଓ କିଶିଦା ଓ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ପର୍ଯ୍ୟାୟକ୍ରମେ ଦ୍ବିପାକ୍ଷିକ ଆଲୋଚନା କରିବେ ।

ପାରସ୍ପରିକ ସମ୍ପର୍କ ସୁଦୃଢୀକରଣ ସହ ମିଳିତ ସ୍ବାର୍ଥ ପୂରଣ ଦିଗରେ ଏହି ସମ୍ମିଳନୀ ଏକ ବଡ ଅବସର ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଗସ୍ତ ପୂର୍ବ ପ୍ରତିକ୍ରିୟାରେ କହିଥିଲେ । ତେବେ ଚଳିତଥର ଜାପାନରେ ଏହି ସମ୍ମିଳନୀର 4ର୍ଥ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । 3 ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାରସ୍ପରିକ ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବିଶ୍ବର ସାମ୍ପ୍ରତିକ ସ୍ଥିତି ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାପାନରେ ପ୍ରବାସୀ ଭାରତୀୟଙ୍କ ସମୁଦାୟକୁ ସମ୍ବୋଧିତ କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.