ETV Bharat / bharat

CWG 2022: ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କ୍ରିକେଟରେ ପ୍ରଥମ ପଦକ ସ୍ବତନ୍ତ୍ର

author img

By

Published : Aug 8, 2022, 1:27 PM IST

ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଉଲ୍ଲେଖ୍ୟନୀୟ ପ୍ରର୍ଦଶନ ରହିଛି । ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି । ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ କ୍ରିକେଟରେ ମହିଳା କ୍ରିକେଟ ଦଳର ପ୍ରଥମ ପଦକ ହାସଲ କରିବା ସ୍ବତନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏହା ସବୁବେଳେ ସ୍ବତନ୍ତ୍ର ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • Playing and winning together has its own joys. @sharathkamal1 and Sreeja Akula have shown superb teamwork and won the coveted Gold medal in the TT Mixed Doubles event. I laud their grit and tenacity. Sharath reaching the finals of all CWG events he competed in is outstanding. pic.twitter.com/giVYDsUCQ4

    — Narendra Modi (@narendramodi) August 8, 2022 " class="align-text-top noRightClick twitterSection" data=" ">

ସ୍ବର୍ଣ୍ଣ ଲଢେଇରେ ଅଷ୍ଟ୍ରେଲିଆଠୁ ହାରି ରୌପ୍ୟ ପଦକ ଜିତିଛି ଭାରତୀୟ ମହିଳା ହକି ଦଳ । ମହିଳା କ୍ରିକେଟ ଟିମକୁ ପ୍ରଶଂସା କରି ମୋଦି କହିଛନ୍ତି, ''କ୍ରିକେଟ ଏବଂ ଭାରତ ଅବିଚ୍ଛେଦ୍ୟ । ଆମ ମହିଳା କ୍ରିକେଟ୍ ଦଳ ଉତ୍କୃଷ୍ଟ କ୍ରିକେଟ୍ ଖେଳିଛନ୍ତି ଏବଂ ସେମାନେ ସମ୍ମାନଜନକ ସିଲଭର ପଦକ ଜିତିଛନ୍ତି । କ୍ରିକେଟରେ ସର୍ବପ୍ରଥମ ରାଜ୍ୟଗୋଷ୍ଠୀ ପଦକ ହୋଇଥିବାରୁ ଏହା ସର୍ବଦା ସ୍ବତନ୍ତ୍ର ରହିବ ।''

  • One of the stalwarts of Indian Badminton, @srikidambi wins a Bronze medal in his CWG individual match. This is his fourth CWG medal thus showing his skill and consistency. Congratulations to him. May he keep inspiring budding athletes and make India even prouder. #Cheer4India pic.twitter.com/vFOl2RbP2M

    — Narendra Modi (@narendramodi) August 8, 2022 " class="align-text-top noRightClick twitterSection" data=" ">

ଏହା ସହ ଟେବୁଲ ଟେନିସ ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଶରତ କମଲ ଓ ଶ୍ରୀଜା ଆକୁଲାଙ୍କୁ ପ୍ରଶଂସା କରିଛନ୍ତି । ଟେବୁଲ ଟେନିସରେ ଶରତ ଓ ଶ୍ରୀଜା ଏକ ଟିମୱାର୍କ ଦେଖାଇଥିବା କହିଛନ୍ତି ପିଏମ ମୋଦି। ଶରତ ପୁରୁଷ ସିଙ୍ଗଲ୍ସରେ ପହଞ୍ଚଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର କିଦାମ୍ବୀ ଶ୍ରୀକାନ୍ତ କାଂସ୍ୟ ପଦକ ଜିତିଛନ୍ତି । ଶ୍ରୀକାନ୍ତଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ । ତାଙ୍କୁ ଭାରତ ବ୍ୟାଡମିଣ୍ଟନର ଜଣେ ଷ୍ଟାଲୱାର୍ଟ ବୋଲି କହିଛନ୍ତି ।

  • Cricket and India are inseparable. Our Women's cricket team played excellent cricket through the CWG and they bring home the prestigious Silver medal. Being the first ever CWG medal in cricket, this one will always be special. Best wishes to all team members for a bright future. pic.twitter.com/jTeJb9I9XB

    — Narendra Modi (@narendramodi) August 8, 2022 " class="align-text-top noRightClick twitterSection" data=" ">

ଏହା ଚତୁର୍ଥ ରାଜ୍ୟଗୋଷ୍ଠୀ କ୍ରୀଡା ଯେଉଁଠି ଭାରତ ତାର ଦକ୍ଷତା ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଏହିପରି ସଫଳତା ହାସଲ କରି ଦେଶକୁ ଗର୍ବିତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ଜିତିଥିବା ତ୍ରିଷା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଓ ବକ୍ସିଂରେ ରୌପ୍ୟ ଜିତିଥିବା ସାଗର ଅହଲୱାତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଅନ୍ତିମ ଦିନ । ଏଯାବତ ଭାରତ ପାଖରେ ୫୫ଟି ପଦକ ରହିଛି ସେଥିରୁ ୧୮ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି କାଂସ୍ୟ ପଦକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.