ETV Bharat / bharat

pre-Quad meet statement of PM: ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବାର ଏକ ଅବସର

author img

By

Published : May 22, 2022, 5:06 PM IST

PM Modi in pre-Quad meet statement: ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ
PM Modi in pre-Quad meet statement: ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ

କ୍ବାଡ ସମ୍ମିଳନୀ (Quad meet)ରେ ଅଂଶଗ୍ରହଣ କରିବା ପାଇଁ ଆଜି ସଂନ୍ଧ୍ୟାରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ପୂର୍ବ ସମ୍ବୋଧନରେ କହିଲେ ରାଷ୍ଟ୍ରମୁଖ୍ୟମାନେ ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବାର ଏକ ବଡ ଅବସର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆଜି ସଂନ୍ଧ୍ୟାରେ ଜାପାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବ ସମ୍ବୋଧନ ସାମ୍ନାକୁ ଆସିଛି । ଏହି ସମ୍ମିଳନୀ ଅଂଶଗ୍ରହଣକାରୀ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପାଇଁ ପାରସ୍ପରିକ ସମ୍ପର୍କ ଓ ମିଳିତ ସ୍ବାର୍ଥ ନେଇ ଆଲୋଚନା କରିବାର ଏକ ଅବସର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ ଆଜି ସଂନ୍ଧ୍ୟାରେ ସେ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । କ୍ବାଡ ସମ୍ମିଳନୀ ସଦସ୍ୟ ଦେଶମାନଙ୍କ ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବା ସହ ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବା ପାଇଁ ଏକ ଅବସର ପ୍ରଦାନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ପର୍ଯ୍ୟାୟକ୍ରମେ ଦ୍ବିପାକ୍ଷିକ ଆଲୋଚନା କରିବେ । 3 ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାରସ୍ପରିକ ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବିଶ୍ବର ସାମ୍ପ୍ରତିକ ସ୍ଥିତି ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି ।

2022 ମସିହା ମାର୍ଚ୍ଚରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ (14th India-Japan Annual Summit)ରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଆସିଥିଲେ । ଉକ୍ତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କିଶିଦାଙ୍କ ମଧ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ 5 ଟ୍ରିଲିୟନ ୟେନ (42 ବିଲିୟନ ଆମେରିକୀୟ ଡ଼ଲାର୍) ବିନିଯୋଗ ହେବା ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଏହି ଅବସର ଭାରତ-ଜାପାନ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ଆଶା କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାପାନର କିଛି ପ୍ରମୁଖ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଅନ୍ୟପଟେ ଜାପାନରେ ପ୍ରାୟ 40 ହଜାର ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି । ତେଣୁ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବା ସହ ସିଧା ସମ୍ବାଦ ମଧ୍ୟ କରିବେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.