ETV Bharat / bharat

Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

author img

By

Published : Oct 31, 2022, 9:22 PM IST

Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ମୋର୍ବି ବ୍ରିଜ ଟ୍ରାଜେଡିରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜଭବନରେ ହେଲା ସମୀକ୍ଷା ବୈଠକ (PM Modi chaired meeting to review Morbi situation )। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଅଧିକାରୀ । ଜାରି ରହିଥିବା ଅପରେସନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ଅବଗତ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣା ସମ୍ପର୍କିତ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜଭବନରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା (PM Modi chaired meeting to review Morbi situation )। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ କିଛି ମନ୍ତ୍ରୀଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ଘଟଣା ସମ୍ପର୍କରେ ଓ ପରବର୍ତ୍ତୀ ଅପରେସନ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

  • Gujarat | PM Modi chaired a high level meeting to review the situation in Morbi, at Raj Bhavan, Gandhinagar earlier today.

    He was briefed about ongoing rescue operations at the site. PM once again emphasised on ensuring that those affected get all possible assistance. pic.twitter.com/f72VZr4N1l

    — ANI (@ANI) October 31, 2022 " class="align-text-top noRightClick twitterSection" data=" ">

ସେହିପରି ଉଦ୍ଧାର ହୋଇଥିବା ବା ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ସହ ଅନ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଷ୍ଟ୍ରୀୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟ ଅଫ ୟୁନିଟିରେ ଆୟୋଜିତ କାର୍ଯ୍ୟକ୍ରମ ସମତେ ଅନ୍ୟ କିଛି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳେ ସର୍ଦ୍ଦାର ପଟେଲ ଜୟନ୍ତୀ ଅବସରରେ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ହୋଇଥିବା କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ସମ୍ବୋଧନରେ ଏହି ଅଘଟଣ ନେଇ ଶୋକ ପ୍ରକାଶ କରିଥିଲେ । ସେହପରି ପ୍ରଧାନମନ୍ତ୍ରୀ ସମ୍ବୋଧନରେ ଏହି ଘଟଣାକୁ ବର୍ଣ୍ଣନା କରିବା ସମୟରେ ବେଶ ଭାବପ୍ରବଣ ହୋଇଥିଲେ ।

ତେବେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଘଟଣା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଦୁର୍ଘଟଣା ଓ ପରବର୍ତ୍ତୀ ଘଟଣାକ୍ରମ ନେଇ ଅବଗତ କରିଛନ୍ତି । ପୂର୍ବରୁ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ମୃତାହତଙ୍କୁ ଅନୁକମ୍ପା ଓ ସହାୟତା ରାଶି ଘୋଷଣା କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ବହୁ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି । ପୋଲର ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା ସଂସ୍ଥାର 9 ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.