ETV Bharat / bharat

କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jan 23, 2021, 4:08 PM IST

କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କିଛି ସମୟ ପରେ ପରାକ୍ରମ ଦିବସରେ ଦେବେ ଉଦବୋଧନ
କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କିଛି ସମୟ ପରେ ପରାକ୍ରମ ଦିବସରେ ଦେବେ ଉଦବୋଧନ

କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆସାମରୁ ଆସି କୋଲକାତା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଅଧିକ ପଢନ୍ତୁ....

କୋଲକାତା: କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆସାମରୁ ଆସି କୋଲକାତା ବିମାନ ବନ୍ଦରରେ ଅବତରଣ କରିଛନ୍ତି । କିଛି ସମୟ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରୁ ସେ ନେତାଜୀ ଭବନରେ ପହଞ୍ଚିଛନ୍ତି । ସେଠାରେ ସେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଥିବା ବେଳେ ଆଜି ସକାଳେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ଏହି ପରାକ୍ରମ ଦିବସ ପାଳନକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଏହାକୁ ପରାକ୍ରମ ଦିବସ ନୁହେଁ ବରଂ ଦେଶନାୟକ ଦିବସ ଭାବେ ପାଳନ କରୁଥିବା କହିଛନ୍ତି ମମତା ।

ଆଜି ସାରା ଦେଶରେ ନେତାଜୀଙ୍କ 125 ତମ ଜନ୍ମଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ନେତାଜୀଙ୍କ ଅଣନାତି ସି.କେ ବୋଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.