ETV Bharat / bharat

New Year 2023: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jan 1, 2023, 9:52 AM IST

Updated : Jan 1, 2023, 11:12 AM IST

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
New Year 2023

ନବବର୍ଷ ପାଳୁଛନ୍ତି ଦେଶବାସୀ । ପୁରୁଣା ବର୍ଷ 2022କୁ ବିଦାୟ ଦେଇ ନୂଆବର୍ଷ 2023ର ସ୍ବାଗତରେ ସବୁଠୁ ଉତ୍ସବର ମାହୋଲ । ଏହି ଅବସରରେ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ବରେ ନୂଆବର୍ଷକୁ ସ୍ବାଗତ କରିଛି । ନୂଆ ଆଶା, ଉଦ୍ଦୀପନାରେ 2023ର ଆଗମନକୁ ଉତ୍ସବ ଭଳି ଧୁମଧାମରେ ପାଳନ କରାଯାଉଛି ( New Year 2023 ) । ନୂଆବର୍ଷକୁ ନେଇ ସବୁଠି ଉତ୍ସବର ମାହୋଲ । ନୂଆ ଆଶା ନୂଆ ସମ୍ଭାବନା ନେଇ ବର୍ଷର ପ୍ରଥମ ଦିନକୁ ଖୁସିରେ ଅତିବାହିତ କରୁଛନ୍ତି ଦେଶବାସୀ । ନବବର୍ଷ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

  • Have a great 2023! May it be filled with hope, happiness and lots of success. May everyone be blessed with wonderful health.

    — Narendra Modi (@narendramodi) January 1, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ନବବର୍ଷର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''2023 ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହେଉ । ସମସ୍ତଙ୍କ ପାଇଁ ବର୍ଷଟି ଖୁସି, ସମୃଦ୍ଧି ଓ ସଫଳତାପୂର୍ଣ୍ଣ ହେଉ । ସମସ୍ତ ଜୀବନ ମଙ୍ଗଳମୟ ହେଉ ।''

  • ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ। #HappyNewYear pic.twitter.com/GwQLRbRpuV

    — Naveen Patnaik (@Naveen_Odisha) January 1, 2023 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷର ଶୁଭେଚ୍ଛା ଜଣାଇ କହିଛନ୍ତି, ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ । ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଓ ଓଡିଶା ପାଇଁ ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ।''

  • New year is the time to look forward with optimism & hope.

    Hon'ble Governor wishes everyone peace, joy, good health and prosperity in the year ahead. #HappyNewYear2023

    ନବବର୍ଷ ୨୦୨୩ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। pic.twitter.com/DfbVe45s3v

    — Governor Odisha (@GovernorOdisha) January 1, 2023 " class="align-text-top noRightClick twitterSection" data=" ">

ରାଜ୍ୟପାଳ ଗଣେଶୀ ଲାଲ ନବବର୍ଷ ଶୁଭେଚ୍ଛା ଜଣାଇ କହିଛନ୍ତି, '' ନବବର୍ଷ 2023ରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଆନ୍ତରିକ ଅଭିନନ୍ଦନ । ନୂତନ ବର୍ଷ ସମସ୍ତଙ୍କ ଜୀବନରେ ହସ,ଖୁସି ଓ ସମୃଦ୍ଧି ଭରି ଦେଉ ଏତିକି କାମନା । ରାଜ୍ୟକୁ ଦେଶର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ମୁଁ ଆହ୍ବାନ ଜଣାଉଛି ।

  • ୨୦୨୩ର ଅଭିନନ୍ଦନ ।

    Happy 2023. May this year bring new hope, new promises, abundant joys, health, peace and prosperity for all. As another year unfolds, It’s also time for fresh beginnings and steelier resolves for individual and national progress. pic.twitter.com/5c4F9b1OKy

    — Dharmendra Pradhan (@dpradhanbjp) January 1, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷ ଶୁଭେଚ୍ଛା ଜଣାଇ କହିଛନ୍ତି, '' 2023ରେ ଅଭିନନ୍ଦନ । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ପ୍ରତିଜ୍ଞା, ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ସମୃଦ୍ଧତା ଆଣୁ । ଏହା ଏକ ନୂତନ ଆରମ୍ଭ । ବ୍ୟକ୍ତିଗତ ଏବଂ ଜାତୀୟ ପ୍ରଗତି ପାଇଁ ସୁନ୍ଦର ସମୟ ।’’

ଏହା ବି ପଢନ୍ତୁ...President message on New Year: ଶୁଭେଚ୍ଛା ଜଣାଇଲେ ମୁର୍ମୁ, ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଦେଲେ ଆହ୍ୱାନ

  • साल 2023 की आप सभी को हार्दिक शुभकामनाएँ। यह वर्ष आप सभी के जीवन में उत्तम स्वास्थ्य, सुख, शांति और समृद्धि लेकर आये।

    New Year greetings to everyone. May this year bring joy, good health, peace and prosperity in everyone’s lives. Have a happy 2023.

    — Rajnath Singh (@rajnathsingh) January 1, 2023 " class="align-text-top noRightClick twitterSection" data=" ">

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନବବର୍ଷର ଶୁଭେଚ୍ଛା ଜଣାଇ କହିଛନ୍ତି, ବର୍ଷ 2023ର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ।''

Last Updated :Jan 1, 2023, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.