ETV Bharat / bharat

କେଜ୍ରିୱାଲଙ୍କ ଦାବି, ନୋଟରେ ଗାନ୍ଧୀଜୀଙ୍କ ସହ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ

author img

By

Published : Oct 26, 2022, 1:33 PM IST

କେଜ୍ରିୱାଲଙ୍କ ଦାବି, ନୋଟରେ ଗାନ୍ଧୀଜୀଙ୍କ ସହ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ
କେଜ୍ରିୱାଲଙ୍କ ଦାବି, ନୋଟରେ ଗାନ୍ଧୀଜୀଙ୍କ ସହ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ

ନୋଟରେ ଗାନ୍ଧୀଜୀଙ୍କ ସହ ପ୍ରଭୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହୁ । କେନ୍ଦ୍ର ସରକାରଙ୍କ ନିକଟରେ ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ନୋଟରେ ପ୍ରଭୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହୁ । ନୋଟରେ ମହାତ୍ମା ଗାନ୍ଧୀଙ୍କ ସହିତ ଭଗବାନଙ୍କ ଫଟୋ ରହିବା ଉଚିତ୍ । ଏପରି କଲେ ଲୋକଙ୍କ ଉପରେ ଭଗବାନଙ୍କ ଆର୍ଶୀବାଦ ରହିବ ଓ ଦେଶର ଅର୍ଥନୀତି ସୁଦୃଢ ହେବ । ଆଜି(ବୁଧବାର) ନୋଟକୁ ନେଇ ଏପରି କିଛି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Kejriwal statements on currency notes) । ଏହାସହିତ କେଜ୍ରିୱାଲ ନୋଟରେ ଗଣେଣ ଓ ମା' ଲକ୍ଷ୍ମୀଙ୍କ ଫଟୋକୁ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ''ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି । ନିରନ୍ତର ଭାବେ ଟଙ୍କା ମୂଲ୍ୟରେ ଅବନତି ଘଟୁଛି । ତେଣୁ ଅର୍ଥନୀତିର ଉନ୍ନତି ପାଇଁ ଅଧିକ ସ୍କୁଲ ଓ ହସ୍ପିଟାଲ ନିର୍ମାଣ ଏବଂ ଦେଶରେ ଭିତ୍ତିଭୂମି ସୁଦୃଢ କରିବା ଭଳି କେତେକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ବେଳେବେଳେ ଆମର ଶତ ଚେଷ୍ଟା ସତ୍ତ୍ବେ ମଧ୍ୟ ଭଲ ଫଳ ମିଳେ ନାହିଁ । ଭଗବାନଙ୍କ ଆଶୀର୍ବାଦ ଆମକୁ ଲୋଡା ହୁଏ । ଏହି ଦୃଷ୍ଟିରେ ବ୍ୟବସାୟୀ ନିଜ କାମ କରିବା ସ୍ଥାନରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି କରି ଦୈନନ୍ଦିନ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରତିଦିନ ପୂଜା କରିଥାନ୍ତି । ଠିକ୍ ସେହିଭଳି ଭାରତୀୟ ନୋଟରେ ଭଗବାନଙ୍କ ଫଟୋ ରହିବା ଉଚିତ୍ । ଏହାଦ୍ବାରା ଆମର ଦେଶର ଅର୍ଥନୀତି ମଜବୁତ ହେବ ।'' ଦୀପାବଳି ପୂଜା ସମୟରେ ଏହି ବିଚାର ତାଙ୍କ ମନକୁ ଆସିଥିବା ଆପ୍ ସୁପ୍ରିମୋ କହିଛନ୍ତି ।

ଏହି କ୍ଷେତ୍ରରେ କେଜ୍ରିୱାଲ ଇଣ୍ଡୋନେସିଆର ଉଦାହରଣ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଇଣ୍ଡୋନେସିଆରେ ମାତ୍ର ୨ ପ୍ରତିଶତ ହିନ୍ଦୁ ସମ୍ପ୍ରଦାୟ ରହିଛନ୍ତି । ଏହାସତ୍ତ୍ବେ ମଧ୍ୟ ଏହି ଦେଶରେ ନୋଟରେ ଗଣେଶଙ୍କ ଫଟୋ ପ୍ରିଣ୍ଟି ହୋଇଛି । ତେଣୁ କେନ୍ଦ୍ର ସରକାର ମଧ୍ୟ ଏହିଭଳି ମହତ୍ ପଦକ୍ଷେପ ନେବା ଉଚିତ୍ ବୋଲି ମୁଁ ଭାବୁଛି ।'' ଏପରିକି ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.