ETV Bharat / bharat

୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଷଡଯନ୍ତ୍ର ରଚୁଥିଲା PFI

author img

By

Published : Feb 10, 2023, 10:21 AM IST

ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଷଡଯନ୍ତ୍ର କରୁଥିଲା ପିଏଫଆଇ
ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଷଡଯନ୍ତ୍ର କରୁଥିଲା ପିଏଫଆଇ

ମହାରାଷ୍ଟ୍ର ATS ଚାର୍ଜସିଟିରେ ସାଂଘାତିକ ତଥ୍ୟ । ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଷଡଯନ୍ତ୍ର ରଚୁଥିଲା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ । ଅଧିକ ପଢନ୍ତୁ

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଦ୍ବାରା ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(PFI) ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଚାହୁଁଥିଲା । ୨୦୪୭ ସୁଦ୍ଧା ଦେଶରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ପିଏଫଆଇ ଷଡଯନ୍ତ୍ର ରଚୁଥିଲା । ମହାରାଷ୍ଟ୍ର ଏଟିଏସ ଏହି ଇସଲାମିକ ସଂଗଠନର କିଛି ସଦସ୍ୟଙ୍କ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ୬୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ରେ ଏ କଥା ଦାବି କରିଛି । ୨୦୪୭ରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ । ଏହି ବର୍ଷ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ପିଏଫଆଇ ଲକ୍ଷ୍ୟ ରଖିଥିବା ଏଟିଏସ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି ।

୨୦୪୭ ସୁଦ୍ଧା ଭାରତରେ ସିରିଆ ଆଇନ ଲାଗୁ କରିବାକୁ ପିଏଫଆଇ ସଂଗଠନ ଯୋଜନା କରୁଥିଲା । ଏହି ଉଦ୍ଦେଶ୍ୟ ସାଧନ ସଂଗଠନ ପକ୍ଷରୁ ମୁସଲିମ ଯୁବଗୋଷ୍ଠୀଙ୍କୁ ତାଲିମ୍ ଦିଆଯାଉଥିଲା । ଏହି କାରଣ ପାଇଁ କିଛି ବର୍ଷ ତଳେ ସିମି ସଂଗଠନ ଦେଶରେ ବ୍ୟାନ ହୋଇଥିବା ବେଳେ ଏବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ମଧ୍ୟ ସମାନ କାର୍ଯ୍ୟରେ ଲିପ୍ତ ଥିଲା । ଦେଶରେ ମୁସଲିମ୍ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି କରିବାକୁ କିଛି ମାସ ତଳେ ଏହି ଗୋଷ୍ଠୀର ସଦସ୍ୟମାନେ ମୁସଲିମ୍ ସମ୍ପ୍ରଦାୟର ଝିଅ ଏବଂ ହିନ୍ଦୁ ସମ୍ପ୍ରଦାୟର ଜଣେ ପୁଅକୁ ବିବାହ କରାଇବା ପାଇଁ ଯୋଜନା କରୁଥିଲେ । ଏହାସହିତ ସୋସିଆଲ ମିଡିଆରେ ପିଏଫଆଇ ସଂଗଠନ ସଦସ୍ୟ ଯୁବଗୋଷ୍ଠୀ ମଧ୍ୟରେ ହିଂସା ଉସକାଇବା ଭଳି ଭାଷଣ, ଭିଡିଓ ଓ ଅଡିଓ କ୍ଲିପ୍ ପ୍ରସାରିତ କରିଥିଲେ । ଏହି କାରଣରୁ ଅନେକ ଯୁବକ ସଂଗଠନ ସହ ଯୋଡି ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ।

ଗତବର୍ଷ ଅକ୍ଟୋବରରେ ଏଟିଏସ୍ ଏହି ଇସଲାମିକ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ସଂଗଠନର ଅନେକ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ଏଟିଏସ୍ ଦାବି କରିଛି ଯେ, ତଦନ୍ତରୁ ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ପିଏଫଆଇ ପ୍ରତ୍ୟେକ ମୁସଲିମ୍ ପରିବାରରୁ ଜଣେ ଲେଖାଏଁ ବ୍ୟକ୍ତି ନିଯୁକ୍ତି କରିବାକୁ ଯୋଜନା କରୁଥିଲା । କିଛି ସଦସ୍ୟ ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ର ଚଳାଇବାର ତାମିଲ ନେଉଥିଲେ ।

ଏହାସହିତ ତଦନ୍ତ ବେଳେ ସଂଗଠନର ସଦସ୍ୟ ମଜାହର ମନସୂର ଖାନର ମୋବାଇଲରୁ 'India 2047, Towards Rule of Islam in India' ନାମକ ଏକ ଡକ୍ୟୁମେଣ୍ଟ ଓ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର ଜବତ କରାଯାଇଥିବା ଏଟିଏସ୍ ଜଣାଇଛି । ୧୯୯୩ ମସିହାରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପ୍ରତିଷ୍ଠା ହୋଇଥିଲା । ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତ ସରକାର ଗତବର୍ଷ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.