ETV Bharat / bharat

ବଢୁଛି ତେଲ ତାତି, ପୋଡୁଛି ପକେଟ୍

author img

By

Published : Oct 30, 2021, 9:45 AM IST

ବଢୁଛି ତେଲ ତାତି, ପୋଡୁଛି ପକେଟ୍
ବଢୁଛି ତେଲ ତାତି, ପୋଡୁଛି ପକେଟ୍

ଆଜି ବି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର । ଦେଶର ୧୨ରୁ ଅଧିକ ରାଜ୍ୟରେ ୧୦୦ ଟଙ୍କା ପାର୍ କଲାଣି ଡିଜେଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଢି ଚାଲିଛି ତୈଳ ତାତି । ପୋଡୁଛି ପକେଟ । ଦେଶବାସୀଙ୍କୁ ଏବେ କଲବଲ କରୁଛି ପେଟ୍ରୋଲ-ଡିଜେଲ । ଦରରେ ଲଗାଣ ବୃଦ୍ଧି ଯୋଗୁଁ ପେଟ୍ରୋଲ ସହ ତାଳ ଦେଇ ଡିଜେଲ ମଧ୍ୟ ସେଞ୍ଚୁର ପାର୍ କରିଛି । ଆଜି ମଧ୍ୟ ରେଟ୍ ବୃଦ୍ଧିର ଏହି ଧାରା ଅବ୍ୟାହତ ରହିଛି । ଆଜି ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

IOCL ତାଜା ଅପଡେଟ ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ବର୍ତ୍ତମାନ ୧୦୮.୯୯ ଟଙ୍କା ରହିଛି । ଏଠାରେ ଡିଜେଲ ଲିଟର ପିଛା ୯୭.୭୨ ଟଙ୍କାରେ ବିକ୍ରି ହେଉଛି । ପ୍ରତ୍ୟେକ ଦିନ ତୈଳ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଁ ସର୍ବୋଚ୍ଚ ସ୍ତରରେ ରହିଛି । ଏବେ ରାଜସ୍ଥାନ ଗଙ୍ଗାନଗରରେ ପେଟ୍ରୋଲ ରେଟ୍ ୧୨୧ ଟଙ୍କାରୁ ଅଧିକ ରହିଛି । ସେହିପରି ଗଙ୍ଗାନଗରରେ ଡିଜେଲ ଲିଟର ପିଛା ୧୧୨ ଟଙ୍କାରେ ମିଳୁଛି । କହିରଖୁଛି କି, ବର୍ତ୍ତମାନ ଦେଶର ୧୨ ରୁ ଅଧିକ ରାଜ୍ୟରେ ଡିଜେଲ ଶତକ ପାର୍ କରିସାରିଛି ।

ଓଡିଶାର ରାଜଧାନୀ ଭୁବନେଶ୍ବରର ବର୍ତ୍ତମାନ ପେଟ୍ରୋଲ ରେଟ୍ ୧୦୬ ଟଙ୍କାରୁ ଅଧିକ ହୋଇଛି । ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ୧୨୦.୦୬ ଟଙ୍କା ଦେଇ ଗୋଟିଏ ଲିଟର ପେଟ୍ରୋଲ କିଣୁଛନ୍ତି ଲୋକେ । ଏହିଠାରେ ଡିଜେଲ ୧୦୯.୩୨ ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.