ETV Bharat / bharat

Hate Speech Against Muslims: ପୋଲିସ ହେପାଜତରେ ବରିଷ୍ଠ ରାଜନେତା ପିସି ଜର୍ଜ

author img

By

Published : May 1, 2022, 12:01 PM IST

ମୁସଲିମଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ: ପୋଲିସ ହେପାଜତରେ କେରଳ ନେତା
ମୁସଲିମଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ: ପୋଲିସ ହେପାଜତରେ କେରଳ ନେତା

ମୁସଲିମଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେବା ପଡିଲା ମହଙ୍ଗା । ଜନପକ୍ଷମ ସେକ୍ୟୁଲାର ପାର୍ଟିର ବରିଷ୍ଠ ନେତା ପିସି ଜର୍ଜଙ୍କୁ ହେପାଜତକୁ ନେଲା ପୋଲିସ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ମୁସଲିମ୍ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ(Hate Speech) ଦେବା କେରଳ ଜନପକ୍ଷମ ସେକ୍ୟୁଲାର(Janapaksham (Secular) ପାର୍ଟିର ବରିଷ୍ଠ ନେତା ପିସି ଜର୍ଜ(PC George)ଙ୍କୁ ମହଙ୍ଗା ପଡିଛି । Hate Speech ଘଟଣାରେ ଆଜି ପୂର୍ବତନ ବିଧାୟକ ଜର୍ଜଙ୍କୁ ହେପାଜତକୁ ନେଇ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ କୌଣସି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ମୁସଲିମଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟିକାରୀ ବା ଆପତ୍ତିଜନକ ସାମ୍ପ୍ରଦାୟିକ ଟିପ୍ପଣୀ ଦେଇଥିଲେ ।

ସେ ଅଣ-ମୁସଲିମ ସମ୍ପ୍ରଦାୟଙ୍କୁ କହିଥିଲେ ଯେ, "ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ଦ୍ବାରା ଚାଲୁଥିବା ରେସ୍ତୋରାଁକୁ ସେମାନ ନ ଯାଆନ୍ତୁ । ଏପରିକି ଏମ ଏ ୟୁସାଫାଲି( M.A Yousafali)ଙ୍କ ଥିରୁଅନନ୍ତପୁରମ ସ୍ଥିତ ମଲ୍‌କୁ ନ ଯିବା ପାଇଁ ହିନ୍ଦୁମାନଙ୍କୁ ପରାମର୍ଶ ଦେଇଥିଲେ ।" ତାଙ୍କର ଏଭଳି ଘୃଣା ସୃଷ୍ଟିକାରୀ ବିବାଦୀୟ ମନ୍ତବ୍ୟ ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏନେଇ ଅଭିଯୋଗ ପରେ DGP ଅନିଲ କାନ୍ତଙ୍କ ନେତୃତ୍ବରେ ଥିରୁଅନନ୍ତପୁରମ ଫୋର୍ଟ ପୋଲିସ ପୂର୍ବତନ ବିଧାୟକ ପିସି ଜର୍ଜଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଆଜି ଭୋର ପ୍ରାୟ ୫ଟା ସମୟରେ ପୋଲିସ ତାଙ୍କ ବାସଭବନରୁ ତାଙ୍କୁ ହେପାଜତକୁ ନେଇଛି । DGPଙ୍କ ନିର୍ଦ୍ଦେଶକ୍ରମେ ଜର୍ଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କିଛି ସଂଗଠନ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଭିଯୋଗ ଦାଖଲ କରିଛନ୍ତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.