ETV Bharat / bharat

ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

author img

By ETV Bharat Odisha Team

Published : Dec 6, 2023, 4:40 PM IST

Updated : Dec 6, 2023, 5:30 PM IST

ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ
ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

JK Reservation (Amendment) Bill: ଲୋକସଭାରେ ପାରିତ ହେଲା ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ । ଗୃହମନ୍ତ୍ରୀ ଶାହଙ୍କ ବିବୃତ୍ତିରେ ନେହରୁଙ୍କ ମନ୍ତବ୍ୟ ନେଇ କକ୍ଷତ୍ୟାଗ କଲେ ବିରୋଧୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌- 2023 ଓ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌-2023 । ଶୀତ ଅଧିବେଶନର ପ୍ରଥମ କାର୍ଯ୍ୟଦିବସରେ ଏହି ଦୁଇଟି ବିଲକୁ ଆଗତ କରାଯାଇଥିଲା । ଦୁଇଦିନର ଚର୍ଚ୍ଚା ପରେ ଆଜି ଏହାକୁ ନିମ୍ନ ସଦନ ଲୋକସଭାରେ ପାରିତ କରାଯାଇଛି । ଆଜି ଚର୍ଚ୍ଚାରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ କାଶ୍ମୀରର ବଞ୍ଚିତଙ୍କୁ ନ୍ୟାୟ ବୋଲି କହିଛନ୍ତି । ଦୀର୍ଘ 70 ବର୍ଷ ଧରି ବଞ୍ଚିତ ଥିବା କାଶ୍ମୀର ବିସ୍ତାପିତଙ୍କୁ ଏହି ବିଲ୍‌ ପ୍ରତିନିଧିତ୍ବ ପ୍ରଦାନ କରିବ ବୋଲି ଶାହ କହିଛନ୍ତି ।

  • The Jammu & Kashmir Reservation (Amendment) Bill, 2023 and the Jammu and Kashmir Reorganisation (Amendment) Bill, 2023 passed by Lok Sabha. pic.twitter.com/imgSToJgOW

    — ANI (@ANI) December 6, 2023 " class="align-text-top noRightClick twitterSection" data=" ">

ବିବୃତ୍ତିରେ ଶାହ କହିଛନ୍ତି, ଏହି ବିଲ୍‌ କାଶ୍ମୀରରୁ ବଳପୂର୍ବକ ବିସ୍ତାପିତ ହୋଇଥିବା, ପ୍ରତାଡିତ ହୋଇ ନିଜ ଜନ୍ମମାଟି ଛାଡି ଦେଶର ବିଭିନ୍ନ ସ୍ଥାନର ଶରଣାର୍ଥୀ ଭାବେ ରହୁଥିବା କାଶ୍ମୀରବାସୀଙ୍କୁ ଏହା ଉଚିତ ନ୍ୟାୟ ଓ ପ୍ରତିନିଧିତ୍ବ ପ୍ରଦାନ କରିବ । ସେହିପରି ସେ କାଶ୍ମୀର ନୀତି ମାମଲାରେ ପୂର୍ବର କଂଗ୍ରେସ ସରକାର ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ସମାଲୋଚନା କରିଥିଲେ । ନେହେରୁଙ୍କ ଭୁଲ ନୀତି ପାଇଁ ପାକ ଅଧିକୃତ କାଶ୍ମୀର (ପିଓକେ) ସୃଷ୍ଟି ହେଲା । ନଚେତ୍‌ ଏହା ଏବେ ଭାରତର ଅଞ୍ଚଳ ହୋଇ ରହିଥାନ୍ତା ବୋଲି ଶାହ କହିଥିଲେ । ଶାହଙ୍କ ଏହି ମନ୍ତବ୍ୟରେ ବିରୋଧୀ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ ।

  • #WATCH | Union Home Minister Amit Shah says, "Two mistakes that happened due to the decision of (former PM) Pandit Jawaharlal Nehru due to which Kashmir had to suffer for many years. The first is to declare a ceasefire - when our army was winning, the ceasefire was imposed. If… pic.twitter.com/3TMm8fk5O1

    — ANI (@ANI) December 6, 2023 " class="align-text-top noRightClick twitterSection" data=" ">

କାଶ୍ମୀରରୁ ଧାରା 370 ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ଶାହ ଐତିହାସିକ ଦର୍ଶାଇବାକୁ ପ୍ରୟାସ କରିଥିଲେ । ଘାଟିରେ ଆତଙ୍କବାଦର ଘଟଣା ସମ୍ପର୍କରେ ତଥ୍ୟ ରଖି ଶାହ କହିଥିଲେ, ଏବେ ସୁଦ୍ଧା ଘାଟିରେ 45 ହଜାର ଲୋକଙ୍କ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ଘଟିଛି । କଂଗ୍ରେସ ସମୟରେ ମନମୋହନ ସିଂ ଓ ସୋନିଆ ଗାନ୍ଧୀଙ୍କ ଶାସନରେ ଘାଟିରେ ଆତଙ୍କୀ ଆକ୍ରମଣ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । 2014ରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ ଶାସନରେ ଆସିବା ପରେ ଆତଙ୍କୀ ଆକ୍ରମଣ ମାମଲା ପ୍ରାୟ 70 ପ୍ରତିଶତ ହ୍ରାସ ପାଇଛି । 2024ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ 2026 ସୁଦ୍ଧା ଆତଙ୍କବାଦ ମୁକ୍ତ କାଶ୍ମୀର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ :- ଫୋକସରେ 2024: ବାଦ ପଡିବେ ଅନୁଭବୀ, 3 ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଖୋଜୁଛି ବିଜେପି !

ତେବେ ଏହି ଦୁଇ ବିଲ ପାସ ହେବା ପରେ 2019ରୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ କାଶ୍ମୀର ଓ ଲଦାଖ ଏବେ ପୂର୍ବ ପରି ରାଜ୍ୟପାହ୍ୟାକୁ ଫେରିବା ନେଇ ରାସ୍ତା ସଫା ହୋଇଛି । ଏହା ସହ ଏଠାରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ କାଶ୍ମୀରର ସଂଖ୍ୟାଲଘୁ ଗୋଷ୍ଠୀ, କାଶ୍ମୀର ପଣ୍ଡିତ ଓ ଅନ୍ୟମାନଙ୍କୁ ସଂରକ୍ଷଣ ମିଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 6, 2023, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.