ETV Bharat / bharat

Panjab and UP poll: ଆଜି ଭୋଟ ଦେବ ପଞ୍ଜାବ ଓ ଉତ୍ତର ପ୍ରଦେଶ

author img

By

Published : Feb 19, 2022, 9:02 PM IST

Updated : Feb 20, 2022, 6:45 AM IST

Panjab and UP poll:ରବିବାର ଭୋଟ ଦେବ ପଞ୍ଜାବ ଓ ଉତ୍ତର ପ୍ରଦେଶ
Panjab and UP poll:ରବିବାର ଭୋଟ ଦେବ ପଞ୍ଜାବ ଓ ଉତ୍ତର ପ୍ରଦେଶ

ଆଜି (ରବିବାର) ପଞ୍ଜାବ ଓ ଉତ୍ତର ପ୍ରଦେଶ । ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେବ ଉତ୍ତର ପ୍ରଦେଶ । ଅଧିକ ପଢନ୍ତୁ

ଚଣ୍ଡିଗଡ/ଲକ୍ଷ୍ନୌ: ଆଜି (ରବିବାର) ପଞ୍ଜାବ ଓ ଉତ୍ତର ପ୍ରଦେଶରେ ମତଦାନ । ପଞ୍ଜାବରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ୫୯ ଆସନରେ ମତଦାନ ହେବ । ତେବେ ଉଭୟ ରାଜ୍ୟରେ ମତଦାନ ସମ୍ପର୍କିତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ପଞ୍ଜାବରେ ୧୧୭ ବିଧାନସଭା ଆସନ ପାଇଁ ମୋଟ ୧୩୦୪ ପ୍ରାର୍ଥୀ ଥିବାବେଳେ ୨.୧୪ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପୂର୍ବରୁ ପଞ୍ଜାବ ପାଇଁ ୧୪ ଫେବୃଆରୀ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଗୁରୁ ରବିଦାସ ଜୟନ୍ତୀ କାରଣରୁ ନିର୍ବାଚନ ତାରିଖ ଫେବୃଆରୀ 20କୁ ପରିବର୍ତ୍ତନ କରିଥିଲେ ନିର୍ବାଚନ ଆୟୋଗ । ତେବେ ଦଳରେ ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦ୍ବନ୍ଦକୁ ଦୂର କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚରଣଜିତ ସିଂ ନିର୍ବାଚନୀ ମୈଦାନରେ ରହିଛନ୍ତି ।

ସେହିପରି ବିଜେପି, କ୍ୟାପଟେନଙ୍କ ନବଗଠିତ ଦଳ ପଞ୍ଜାବ ଲୋକ କଂଗ୍ରେସ ଓ ଶିରୋମଣୀ ଅକାଳୀ ଦଳ ଗୋଟିଏ ମେଣ୍ଟରେ ରହିଥିବା ବେଳେ ଅନ୍ୟତମ ପ୍ରତିଦ୍ବନ୍ଦୀ ଭାବେ କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି(AAP) ମଧ୍ୟ ମୈଦାନରେ ରହିଛି । କାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ଗଣତି ଓ ଫଳାଫଳ ଘୋଷଣା ହେବ ।

ସେହିପରି ଉତ୍ତର ପ୍ରଦେଶରେ ପୂର୍ବରୁ ୨ ପର୍ଯ୍ୟାୟ ଭୋଟିଂ ସରି ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ 16 ଜିଲ୍ଲାରେ 59 ଟି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ମୋଟ 627 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ଭାଗ୍ୟ ପରୀକ୍ଷା ପାଇଁ ରହିଥିବା ପ୍ରାର୍ଥୀଙ୍କ ମଧ୍ୟରେ ସପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଖିଳେଶ ଯାଦବ ମଧ୍ୟ ରହିଛନ୍ତି । ଉଭୟ ରାଜ୍ୟରେ ନର୍ବାଚନ ପୂର୍ବରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 20, 2022, 6:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.