ETV Bharat / bharat

Age Group Vaccination: କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେଲେ 70%

author img

By

Published : Feb 24, 2022, 3:51 PM IST

Age Group Vaccination:  କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେଲେ 70ପ୍ରତିଶତ
Age Group Vaccination: କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେଲେ 70ପ୍ରତିଶତAge Group Vaccination: କୋଭାକ୍ସିନ ଟିକାର ପ୍ରଥମ ଡୋଜ ନେଲେ 70ପ୍ରତିଶତ

ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ବର୍ତ୍ତମାନ ସୁଦ୍ଧା 70ପ୍ରତିଶତ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ଟିକାର 70 ପ୍ରତିଶତ କୋରାନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏନେଇ ଭାରତ ବାୟୋଟେକ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଭାରତ ବାୟୋଟେକର ସୂଚନା ଅନୁସାରେ, ଦେଶରେ 70ପ୍ରତିଶତ ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ ହୋଇଥିବା ବେଳେ 25 ପ୍ରତିଶତ କୋଭାକ୍ସିନ ଟିକାର ଦ୍ବିତିୟ ଡୋଜ ନେଇସାରିଛନ୍ତି । ଏହାକୁ ମିଶାଇ ଦେଶରେ କିଶୋରଙ୍କ ଟିକାକରଣ 7.5 କୋଟି ଅତିକ୍ରମ କରିଛି ।

ଗତବର୍ଷ ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।

ଏହାପରେ ଗତ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର । ଏହାପରେ ଜାନୁଆରୀ ୩ , ୨୦୨୨ରେ ଆରମ୍ଭ ହୋଇଥିଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.