ETV Bharat / bharat

ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

author img

By ETV Bharat Odisha Team

Published : Nov 21, 2023, 7:57 PM IST

Updated : Nov 21, 2023, 8:08 PM IST

Rahul slams Modi: ରାହୁଲଙ୍କ ମୁହଁରେ ‘ପନୌତି’ ଶବ୍ଦ । ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ ଟାର୍ଗେଟ କରି କହିଲେ ବିଶ୍ବକପ ହାରିବାର କାରଣ ‘ପନୌତି’ । ଅଧିକ ପଢ଼ନ୍ତୁ

ବିଶ୍ବକପ 2023:ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’
ବିଶ୍ବକପ 2023:ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

ଜୟପୁର: 2023 କ୍ରିକେଟ ବିଶ୍ବକପ୍‌ରେ ଫାଇନାଲ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ରନର୍ସଅପ୍‌ରେ ରହିବାକୁ ବାଧ୍ୟ ହୋଇଛି । ଭାରତ ପରି କ୍ରିକେଟ ପ୍ରିୟ ଦେଶରେ ଏହାକୁ ନେଇ କ୍ରେକେଟ୍‌ ପ୍ରେମୀମାନେ ନିରାଶରେ ଥିବା ବେଳେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଏବେ ମ୍ୟାଚ୍‌ ପରଠାରୁ ବେଶ ଚର୍ଚ୍ଚାରେ ରହିଛି ‘ପନୌତି’ ଶବ୍ଦ । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ‘ପନୌତି’ ବୋଲି କହି ପରାଜୟର କାରଣ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଆଜି ରାଜସ୍ଥାନର ଜାଲୋରେ ଜିଲ୍ଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଥିବା ବେଳେ ରାହୁଲ ସିଧା କ୍ରିକେଟ ମୁହାଁ ହୋଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଉପସ୍ଥିତ ଜନତା ପନୌତି... ପନୌତି ନାରା ଦେଇଥିଲେ । ତେବେ ରାହୁଲ ମଧ୍ୟ ଏହି ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ଅବସର ଛାଡି ନଥିଲେ । କହିଥିଲେ, ‘‘ ଆମ ଖେଳାଳି ବିଶ୍ବକପ ଜିତି ଯାଇଥାଆନ୍ତେ, ମାତ୍ର ପନୌତି (ଅଶୁଭ ବ୍ୟକ୍ତି) ମ୍ୟାଚ୍‌ ହାରାଇ ଦେଲା । କିନ୍ତୁ ଟିଭି ଓ୍ବାଲା ଏକଥା କହିବେ ନାହିଁ । ମାତ୍ର ଜନତା ଜାଣିଛନ୍ତି ।’’ ଏହି କଟାକ୍ଷ ସହ ରାହୁଲ ପୁଣି ତାଙ୍କ ପୂର୍ବ ପ୍ରସଙ୍ଗକୁ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ: ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ଶେଷ ମେଡାଲ ସେରିମନି

ରବିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ରାଜ୍ୟପାଳ ଅଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ମ୍ୟାଚ ଦେଖିଥିଲେ । ଭାରତୀୟ ଟିମ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରି ପରାସ୍ତ ହେବା ପରେ ଟ୍ବିଟରରେ ‘ପନୌତି’ ଶବ୍ଦ ଟ୍ରେଣ୍ଡ୍‌ କରିଥିଲା । ସୋସିଆଲ ମିଡିଆରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଗ୍ୟାଲେରୀରେ ବସି ହସୁଥିବା ଭିଡିଓ ଭାଇରାଲ ହୋଇଥିଲେ । କେହି କେହି ପରାଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବା ସହ ‘ପନୌତି’ ବୋଲି କମେଣ୍ଟ କରିଥିଲେ । ତେବେ ଗତକାଲି ପ୍ରଧାନମନ୍ତ୍ରୀ ଭାରତୀୟ କ୍ରିକେଟରଙ୍କୁ ଡ୍ରେସିଂରୁମରେ ସାକ୍ଷାତ କରିଛନ୍ତି । ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ହେଲେ ଏହି ‘ପନୌତି’ ଶବ୍ଦ ବିରୋଧୀଙ୍କ ରାଜନୈତିକ ଭାଷଣରେ ମଧ୍ୟ ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 21, 2023, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.