ETV Bharat / bharat

Russia Ukraine War: ଭାରତୀୟଙ୍କ ଉଦ୍ଧାର ନେଇ ଲୋକସଭା ପରାମର୍ଶଦାତା କମିଟିର ବୈଠକ

author img

By

Published : Mar 3, 2022, 6:07 PM IST

Russia Ukraine War: ଭାରତୀୟଙ୍କ ଉଦ୍ଧାର ନେଇ ଲୋକସଭା ପରାମର୍ଶଦାତା କମିଟିର ବୈଠକ
Russia Ukraine War: ଭାରତୀୟଙ୍କ ଉଦ୍ଧାର ନେଇ ଲୋକସଭା ପରାମର୍ଶଦାତା କମିଟିର ବୈଠକ

ୟୁକ୍ରେନ ସଙ୍କଟ ଯେତିକି ବଢୁଛି । ସାରା ବିଶ୍ବ ପାଇଁ ଚିନ୍ତା ବଢିବାରେ ଲାଗିଛି । ତେବେ ୟୁକ୍ରେନ ଉପରେ ଋଷ ଆକ୍ରମଣ ପର ଠାରୁ ଭାରତର ଚିନ୍ତା ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟ ଯେତିକି ବଢୁଛି । ସାରା ବିଶ୍ବ ପାଇଁ ଚିନ୍ତା ବଢିବାରେ ଲାଗିଛି । ତେବେ ୟୁକ୍ରେନ ଉପରେ ଋଷ ଆକ୍ରମଣ ପର ଠାରୁ ଭାରତର ଚିନ୍ତା ବଢିବାରେ ଲାଗିଛି । ସେହିପରି ସେଠାରେ ଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କଳ ବଳ ଲଗେଇ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ଏପଟେ ଋଷ ଓ ୟୁକ୍ରେନ ଯୁଦ୍ଧ ନେଇ ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଲୋକସଭା ପରାମର୍ଶଦାତା କମିଟି ବୈଠକ ହୋଇଛି ।

ତେବେ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି କଂଗ୍ରେସ । ଆଜି ମିଳିତ ଜାତିସଙ୍ଘ ସାଧାରଣ ନିର୍ବାଚନ ମତଦାନ ପ୍ରକ୍ରିୟାରେ ଭାରତ ନିରେପକ୍ଷ ରହିବା ପ୍ରସଙ୍ଗକୁ ସମର୍ଥନ କରିଛି କଂଗ୍ରେସ । ଲୋକସଭା ପରାମର୍ଶଦାତା କମିଟି ବୈଠକରେ କଂଗ୍ରେସ ନିଜର ମତ ରଖି ଏହା କହିବା ସହ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସରକାର କରିଥିବା 'ଅପରେସନ ଗଙ୍ଗା'କୁ ସମର୍ଥନ କରିଛି ।

ସେହିଭଳି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟ ଶଙ୍କର ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରସଙ୍ଗରେ ଲୋକସଭା ପରାମର୍ଶଦାତା କମିଟିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏଥିସହ ଭାରତର ଉଦ୍ଧାର କାର୍ଯ୍ୟ ଏବଂ ବର୍ତ୍ତମାନ ୟୁକ୍ରେନରେ ଚାଲିଥିବା ଅବସ୍ଥା ସମ୍ପର୍କରେ ଜଣାଇଥିଲେ ।

ଏତଦ୍‌ବ୍ୟତୀତ୍‌ କଂଗ୍ରେସ ନେତା ଶଶୀ ଥରୁର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ତେବେ ଭାରତ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ସ୍ବାଗତ କରିବା ସହ ଚାଲୁଥିବା ଉଦ୍ଧାର କାର୍ଯ୍ୟକୁ ସମର୍ଥନ ଜଣାଇବା ସହ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ଏଥିସହ ଏଭଳି ପରିସ୍ଥିତରେ ସବୁ ଦଳ ଏକ ଅଛୁ ବୋଲି ସେ କହିଥିଲେ ।

ଏଥିସହ ଆଜିର ଏହି ବୈଠକରେ ୬ଟି ରାଜନୈତିକ ଦଳର ୯ଜଣ ସାଂସଦ ଯୋଗ ଦେଇଥିଲେ । ଏହାସହିତ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମ ଆଗରେ କୌଣସି ସୂଚନା ଦେବାକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବୈଠକ ପରେ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଶଶୀ ଥରୁର କହିଛନ୍ତି ।

ଅନ୍ୟପଟେ ପ୍ରାୟ ୧୭ ହଜାର ଭାରତୀୟ ୟୁକ୍ରେନ ଛାଡି ସାରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ବାକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ପୂର୍ବରୁ ସବୁ ପ୍ରସ୍ତୁତି ଜାରି ରହିଛି । ଏହା ସହିତ ଅପରେସନ ଗଙ୍ଗା ମଧ୍ୟାମରେ ବିଭିନ୍ନ ଫ୍ଲାଇଟ୍‌ରେ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଅଣାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.