ETV Bharat / bharat

ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ, ବିଜେପି ଉପରେ ବର୍ଷିଲେ ବିରୋଧୀ

author img

By ETV Bharat Odisha Team

Published : Dec 8, 2023, 6:07 PM IST

Mahua Moitra expelled from Lok Sabha
Mahua Moitra expelled from Lok Sabha

Opposition reacts on Mahua Moitra expelled: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ ପରେ ବର୍ଷିଲେ ବିରୋଧୀ । କାର୍ଯ୍ୟାନୁଷ୍ଠାନ ନେଇ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 'କ୍ୟାସ ଫର କ୍ବାରୀ' ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାପରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି ଏକାଧିକ ବିରୋଧୀ ନେତା ମୋଇତ୍ରାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଥିବା ମମତା କହିଥିବା ବେଳେ କଂଗ୍ରେସ ସାଂସଦ ରଜନୀ ପାଟିଲ କହିଛନ୍ତି ଏହି ସରକାର ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ନିୟମ ଆଣୁଛି ।

  • #WATCH | "This is vendetta politics of BJP. They killed democracy....It is injustice. Mahua will win the battle. The people will give justice. They (BJP) will be defeated in the next election," says TMC chairperson Mamata Banerjee. pic.twitter.com/Y88F8YhNwK

    — ANI (@ANI) December 8, 2023 " class="align-text-top noRightClick twitterSection" data=" ">

ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ପରେ ମମତା ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, "ଆଜି ବିଜେପିର ଏହି ଆଚରଣକୁ ଦେଖି ମୁଁ ଦୁଃଖିତ । ସେମାନେ କିପରି ଗଣତନ୍ତ୍ରର ହତ୍ୟା କରୁଛନ୍ତି ? ସେମାନେ ମହୁଆ ମୋଇତ୍ରାଙ୍କୁ ତାଙ୍କ ପକ୍ଷ ମଧ୍ୟ ରଖିବାକୁ ସୁଯୋଗ ଦେଲେ ନାହିଁ । ଏହା ସମ୍ପୂର୍ଣ୍ଣ ଅନ୍ୟାୟ । ଏହି ଘଟଣାରେ ମହୁଆ ହେଉଛନ୍ତି ପୀଡିତା । ଏହା ବିରୋଧରେ 'ଇଣ୍ଡିଆ' ମେଣ୍ଟ ଓ ଆମ ଦଳ ଲଢେଇ କରିବ । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ମହୁଆ ଏହି ଲଢେଇରେ ବିଜୟୀ ହେବେ । ଜନତା ତାଙ୍କୁ ନ୍ୟାୟ ଦେବେ । ଆଗାମୀ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିବ ।"

ଏହା ବି ପଢନ୍ତୁ- କ୍ୟାସ ଫର କ୍ବାରୀ ମାମଲା, ମହୁଆ ମୋଇତ୍ରା ବହିଷ୍କୃତ

  • #WATCH | On Mahua Moitra's expulsion from Lok Sabha, JMM MP Dr. Mahua Maji says, "The way this is done is undemocratic. The allegations against her have not been proven yet. This is a part of a conspiracy to silence the Opposition." pic.twitter.com/GojAKvwlsW

    — ANI (@ANI) December 8, 2023 " class="align-text-top noRightClick twitterSection" data=" ">

ସେହିପରି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, "ଭିତ୍ତିହୀନ ତଥ୍ୟ ଆଧାରରେ ମହୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା କେବଳ ମହୁଆଙ୍କ ବିରୋଧରେ ପ୍ରତିଶୋଧ ନେଇଛି ବିଜେପି । " କଂଗ୍ରେସ ସାଂସଦ ରଜନି ପାଟିଲ କହିଛନ୍ତି, " ଏହି ସରକାର ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ବାହାର କରୁଛି । ଏହି ମାମଲାରେ ପ୍ରଥମେ ପ୍ରମାଣ ଦେଖାଇବା ଉଚିତ୍‌ । ଏହାପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ । " ଜେଏମଏମ ସାଂସଦ ଡ. ମହୁଆ ମାଜି କହିଛନ୍ତି, " ଏହା ଯେପରି ଭାବେ ହେଲା ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏଯାବତ ପ୍ରମାଣିତ ହୋଇନାହିଁ । ବିରୋଧୀଙ୍କ ମୁହଁ ବନ୍ଦ କରିବା ଲାଗି ଏହା ଏକ ପ୍ରକାର ଷଡ଼ଯନ୍ତ୍ର ।"

  • #WATCH | On Mahua Moitra's expulsion as TMC MP, Congress MP Manickam Tagore says, " New Parliament and new rules. Whoever speaks against Adani, they will be silenced, Mahua Moitra is a perfect example of this. She was not allowed to speak at all in Parliament...she was not given… pic.twitter.com/YSGJdCzqMj

    — ANI (@ANI) December 8, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଏଥିକ୍ସ କମିଟିକୁ ନୂଆ ଅସ୍ତ୍ର କରିଛି ବିଜେପି: ମହୁଆ

ବଙ୍ଗ ମନ୍ତ୍ରୀ ତଥା ଟିଏମସି ନେତ୍ରୀ ଡ. ଶାଶି ପାଞ୍ଜା କହିଛନ୍ତି," ଜଣେ ମହିଳାଙ୍କୁ କ୍ଷମତାରେ ଦେଖି ବିଜେପି ସହ୍ୟ କରି ପାରୁନାହିଁ । ବିଜେପି କିପରି ଭାବି ନେଉଛି ମହୁଆଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ତାଙ୍କ ମୁହଁ ବନ୍ଦ କରିଦେବ । ସେ ବିଜେପି ବିରୋଧରେ ସ୍ବର ଉତ୍ତୋଳନ କରିବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । " କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, " ନୂଆ ପାର୍ଲାମେଣ୍ଟ ଓ ନୂଆ ନିୟମ । ଯିଏବି ଅଦାନି ବିରୋଧରେ କହିବ ତା ମୁହଁ ବନ୍ଦ କରିବାକୁ ଉଦ୍ୟମ କରାଯିବ । ମହୁଆ ମୋଇତ୍ରା ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ । ତାଙ୍କୁ ନିଜ ପକ୍ଷ ମଧ୍ୟ ରଖିବାକୁ ଦିଆଗଲା ନାହିଁ । ଯାହାକି ଉଚିତ ନୁହେଁ ।"

  • #WATCH | On the expulsion of Mahua Moitra as TMC MP, BJP MP Aparajita Sarangi says, I am also a woman, I want to say that whether woman or man, we all are MPs...as per the system, both women and men MPs need to work...Mahua Moitra has done unethical conduct, so it should be… pic.twitter.com/jVtzHV8EMx

    — ANI (@ANI) December 8, 2023 " class="align-text-top noRightClick twitterSection" data=" ">

ବିଜେପି ରଖିଲା ପ୍ରତିକ୍ରିୟା: ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, " ମୁଁ ବି ଜଣେ ମହିଳା । ସେ ମହିଳା ହୁଅନ୍ତି କି ପୁରୁଷ, ସଂସଦରେ ଆମେ ଜଣେ ଜଣେ ସାଂସଦ । ମହୁଆ ମୋଇତ୍ରା ସଂସଦର ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ବିରୋଧୀ ଏହାକୁ ସମର୍ଥନ କରୁଛନ୍ତି, ତେବେ ସେମାନେ ଭୁଲର ସମର୍ଥନ କରୁଛନ୍ତି ।" ବିଜେପି ସାଂସଦ ଲକେଟ ଚାଟାର୍ଜୀ ପ୍ରତିକ୍ରିୟା ରଖି କହିଛନ୍ତି, " ଜାତୀୟ ସୁରକ୍ଷା କଥା ଆସିଲେ କୌଣସି ପ୍ରକାର ରାଜନୀତି ହୋଇନଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.