ETV Bharat / bharat

ଆସନ୍ତାକାଲି ବିରୋଧୀ ଫ୍ଲୋର ଲିଡରଙ୍କ ରଣନୀତି ବୈଠକ

author img

By

Published : Feb 5, 2023, 4:48 PM IST

ଆସନ୍ତାକାଲି ବିରୋଧୀ ଫ୍ଲୋର ଲିଡରଙ୍କ ରଣନୀତି ବୈଠକ
ଆସନ୍ତାକାଲି ବିରୋଧୀ ଫ୍ଲୋର ଲିଡରଙ୍କ ରଣନୀତି ବୈଠକ

ଆସନ୍ତାକାଲି ମିଳିତ ରଣନୀତି ବୈଠକ କରିବେ ବରୋଧୀ ସଂଗଠନ । ଆଦାନୀ ପ୍ରସଙ୍ଗରେ ଜାରି ରହିଛି ଗୃହରେ ଅଚଳାବସ୍ଥା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦରେ ଜାରି ରହିଛି ଆଦାନୀ ଝଡ । ଆସନ୍ତାକାଲି(ସୋମବାର) ସମସ୍ତ ବିରୋଧୀ ଦଳର ଫ୍ଲୋରଲିଡରଙ୍କ ଏକ ବୈଠକ ସଂସଦ ଭବନ ପରିସରରେ ହେବାକୁ ଯାଉଛି । ପୂର୍ବାହ୍ନ ପ୍ରାୟ ସାଢେ 9ଟାରେ ଏହି ମିଳିତ ବୈଠକ ହେବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିରେ ସମସ୍ତ ବିରୋଧୀ ଦଳର ଲୋକସଭା ଓ ରାଜ୍ୟସଭାର ଫ୍ଲୋରଲିଡର ଅଂଶଗ୍ରହଣ କରିବେ । ବୈଠକରେ ଏକ ମିଳିତ ରଣନୀତି ନେଇ ଆଲୋଚନା ହେବ । ଆଲୋଚନା ପରେ ସେମାନେ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବା ନେଇ ମଧ୍ୟ ସୂଚନା ମିଳିଛି ।


ବଜେଟ ଉପସ୍ଥାପନ ହେବାପରେ ସଂସଦରେ ଆଦାମୀ ଗ୍ରୁପ ଷ୍ଟକ କ୍ରାସ ପ୍ରସଙ୍ଗରେ ବିରୋଧୀରେ ହୋହାଲ୍ଲା କରିଥିଲେ । ଗୃହକାର୍ଯ୍ୟ ଆଗେଇ ପାରୁନି । ଆଦାନୀ ଷ୍ଟକ୍‌ କ୍ରାସ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରୁଛନ୍ତି ବିରୋଧୀ । ଶନିବାର କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ବିରୋଧୀ ଦଳର ନେତାମାନେ ଆଦାନୀ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଆଦନୀ ଗ୍ରୁପ ସାଧାରଣ ଲୋକଙ୍କ ହଜାରହଜାର କୋଟି ଟଙ୍କା ଠକି ଥିବା ଅଭିଯୋଗରେ ଆଦନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି ମଧ୍ୟ କରିଥିଲେ । ଏହି ହଟ୍ଟଗୋଳ ଫଳରେ ଶୁକ୍ରବାର ଏବଂ ଶନିବାର ସଂସଦର ଉଭୟ ଗୃହକୁ ସ୍ଥଗିତ ରଖିବାକୁ ପଡିଥିଲା । ବିରୋଧୀ ଦଳର ନେତାମାନେ ମିଳିତ ସଂସଦୀୟ କମିଟି (ଜେପିସି) କିମ୍ବା ଆଦାନୀ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗର ତଦାରଖ ସୁପ୍ରିମକୋର୍ଟଙ୍କ ଦ୍ବାରା କରାଇବା ପାଇଁ ଦାବି କରିଥିଲେ ।

ତେବେ ଏହି ପ୍ରସଙ୍ଗରେ ବିରୋଧୀ ଗୃହ ଅଚଳ କରିଥିବା ବେଳେ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ବିରୋଧୀଙ୍କ ସମାଲୋଚନା କରିଛି । ଆଦାନୀ- ହିଣ୍ଡନବର୍ଗ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଟାଣୁଥିବା ଅଭିଯୋଗ କରିଛି ଶାସକ ଦଳ । ସେହିପରି କଂଗ୍ରେସ ଶାସନ ଅମଳରୁ ମଧ୍ୟ ଆଦନୀ ଦେଶରେ ବ୍ୟବସାୟ କରିଆସୁଛି । ବର୍ତ୍ତମାନ ଆଦାନୀ ସମୂହ ବିରୋଧରେ ଆସିଥିବା ଅଭିଯୋଗ କିମ୍ବା ସୃଷ୍ଟି ହୋଇଥିବା ସ୍ଥିତିରେ ସରକାରଙ୍କ କଣ ଭୂମିକା ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି ।

ହିଣ୍ଡନବର୍ଗ ଦ୍ବାରା ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ସମୂହର ବ୍ୟବସାୟ ଉପରେ ଏପରି ପ୍ରଭାବ ପଡିଥିବା ଚର୍ଚ୍ଚା ହେଉଛି । ହିଣ୍ଡନବର୍ଗ ହେଉଛି ଆମେରିକାର ଏକ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା । ଏହା କର୍ପୋରେଟ ଜଗତରେ ଆକାଉଣ୍ଟିଂ ଜାଲିଆତି, ଭ୍ରଷ୍ଟାଚାର ଓ ଠକେଇ ଆଦି ମାମଲାର ତଦନ୍ତ କରିଥାଏ । ଗତ ସପ୍ତାହରେ ହିଣ୍ଡନବର୍ଗ ଆଦାନୀ ଗ୍ରୁପ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା । ଆଦାନୀ ଗ୍ରୁପ ଷ୍ଟକ ମାନିପୁଲେସନ ବା ଷ୍ଟକ ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି କରୁଥିବା ଅଭିଯୋଗ ଆଣି ୩୨ ହଜାର ଶବ୍ଦର ଏକ ରିପୋର୍ଟ ପ୍ରକାଶିତ କରିଥିଲା ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.