ETV Bharat / bharat

Republic Day: ଭାରତର ସ୍ୱଦେଶୀ ଶକ୍ତି ଦେଖିବ ବିଶ୍ୱ

author img

By

Published : Jan 24, 2023, 10:23 PM IST

ସଜେଇ ହେଲାଣି କର୍ତ୍ତବ୍ୟ ପଥ
ସଜେଇ ହେଲାଣି କର୍ତ୍ତବ୍ୟ ପଥ

ଏଥର ଗଣତନ୍ତ୍ରର ଦିବସ ହେବ ସବୁଠାରୁ ନିଆରା । କର୍ତ୍ତବ୍ୟ ପଥକୁ ଓହ୍ଲାଇବ ଆତ୍ମନିର୍ଭର ଭାରତ ଅଧୀନରେ ନିର୍ମିତ ଦେଶୀ ଅସ୍ତ୍ରଶସ୍ତ୍ର । ଅଧିକ ପଢ଼ନ୍ତୁ ।

ନୂଆଦିଲ୍ଲୀ: ଗଣତନ୍ତ୍ରର ଦିବସକୁ ରହିଲା ଆଉ କେଇଟା ଦିନ । ସଜେଇ ହେଲାଣି କର୍ତ୍ତବ୍ୟ ପଥ । ତେବେ ଏଥର ଗଣତନ୍ତ୍ର ଦିବସରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବ ଭାରତ । ଭାରତ ଜ୍ଞାନକୈଶଳ ଦ୍ବାରା ନିର୍ମିତ ଅସ୍ତ୍ରଶସ୍ତ୍ର ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ବୋଲି ଭାରତୀୟ ସେନା ପକ୍ଷରୁ ପ୍ରକାଶ କରାଯାଇଛି । ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଏଥର କେ-୯ ହାୱିଜାର, MBT ଆର୍ଜୁନ, ନାଗ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଜାଇଲ୍ , ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିଜାଇଲ୍, ଆକାଶ ଏୟାର ଡିଫେନ୍ସ ମିଜାଇଲ୍ ଏବଂ କ୍ବୁଇକ୍ ରିଆକ୍ସନ ଭେଇକିଲ ସବୁ କର୍ତ୍ତବ୍ୟ ପଥକୁ ଓହ୍ଲାଇବ । ଗଣତନ୍ତ୍ର ଦିବସ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଦିନ । ଜାତୀୟ ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଗଣତନ୍ତ୍ର ଦିବସ ପରେଡକୁ ଏକ ସମ୍ମାନଜନକ ରୀତିନୀତି ଭାବରେ ବିବେଚନା କରାଯାଏ ।

ଭାରତର ସ୍ୱଦେଶୀକରଣ ଶକ୍ତି ପ୍ରଦର୍ଶନ କରୁବା ପାଇଁ 'ମେଡ୍ ଇନ୍ ଇଣ୍ଡିଆ' ଦ୍ବାରା ନିର୍ମିତ ୧୦୫ ମିଲିମିଟର ଇଣ୍ଡିଆନ୍ ଫିଲ୍ଡ ଗନ୍ ମାଧ୍ୟମରେ ୨୧ ଟି ବନ୍ଧୁକ ସଲାମି ଦିଆଯିବ । ଏହି ଫିଲ୍ଡ ଗନକୁ ମେଜର ଜେନେରାଲ୍ ଭବନିଶ କୁମାର ଉପସ୍ଥାପନ କରିଥିଲେ । ‘‘ଚଳିତ ବର୍ଷର ଗଣତନ୍ତ୍ର ଦିବସରେ ଉପଲକ୍ଷେ କର୍ତ୍ତବ୍ୟ ପଥରେ ବହୁ ସ୍ୱଦେଶୀ ଉପକରଣ ସ୍ଥାନ ପାଇଛି ବୋଲି ଜେନେରାଲ୍ ଭବନିଶ କୁମାର କହିଛନ୍ତି । ଏହାସହ ସେନା ଆତ୍ମନିର୍ଭର ଭାରତ ଅଧୀନରେ ଦେଶୀ ଉପକରଣ ବ୍ୟବହାର କରିବ ଯାହା ସେନାର ଗାରିମାକୁ ଦୁଇଗୁଣିତ କରିଛି ବୋଲି ଜେନେରାଲ୍ ଭବନିଶ କହିଛନ୍ତି ।"

ଗଣତନ୍ତ୍ର ଦିବସ ଅବସରରେ ପରେଡ ଗ୍ରାଉଣ୍ତକୁ ଓହ୍ଲାଉଥିବା ଅସ୍ତ୍ରଶସ୍ତ୍ର ଉପରେ ସେ ଆଲୋକ ପାତ ଜେନେରାଲ୍ ଭବନିଶ କହିଛନ୍ତି, ‘‘୧୦୫ ମିଲିମିଟର ଭାରତୀୟ ଫିଲ୍ଡ ବନ୍ଧୁକ ୨୧ ବନ୍ଧୁକ ସାଲ୍ୟୁଟ ଦେବ ସହ ମେକାନାଇଜଡ୍ ଆର୍ମର କୋର ଏମବିଟି ଅର୍ଜୁନ, ମେକାନାଇଜଡ୍ ଇନ୍‌ଫଣ୍ଟି-୨ ଏବଂ ନାଗ ମିସାଇଲ୍ ସିଷ୍ଟମ ଏହାର ଶକ୍ତି ପ୍ରଦର୍ଶନ କରିବ । ଏହାସହ ଆର୍ଟିଲିରି ରେଜିମେଣ୍ଟର K9 ବଜ୍ର ଏବଂ ବ୍ରହ୍ମୋସ ମିଜାଇଲ ସିଷ୍ଟମ ଅଟୋମେଟିକ୍ ଲଞ୍ଚର୍ ଏହି ପରେଡର ମୁଖ୍ୟ ଅର୍କଷଣ ହେବ ।’’

ଭାରତୀୟ ବାୟୁସେନା ମଧ୍ୟ ଆତ୍ମନିର୍ଭର ଭାରତ ଅଧୀନ ପ୍ରସ୍ତୁତ ପ୍ରଚଣ୍ଡ , ଏକ ମଲ୍ଟି ରୋଲ୍, ହାଲୁକା ଆଟାକିଂ ହେଲିକପ୍ଟର ମଧ୍ୟ ବାୟୁସେନାର ଫ୍ଲାଏପାଷ୍ଟର ଏକ ଅଂଶ ହେବ । ମେଜର ଜେନେରାଲ କୁମାର କରିଛନ୍ତି , "ALH Dhruv ଏବଂ ALH Rudra ଗଣତନ୍ତ୍ର ଦିବସର ପ୍ରଦର୍ଶନିରେ ସାମିଲ ହେବେ । ପ୍ରଦର୍ଶନି ପଡିଆରେ ଦୁଇଟି ଆପାଚେ ହେଲିକପ୍ଟର ସହିତ ଏକ ଦୁଇଟି ALH MK-IV ବିମାନ ଏବଂ ହେଲିକପ୍ଟର ଏକ ‘ଆରୋ ଫର୍ମେସନ୍’ ଉଡ଼ିବ ବୋଲି ମେଜର ଜେନେରାଲ କୁମାର ସୂଚନା ଦେଇଛନ୍ତି ।

୭୪ତମ ଗଣତନ୍ତ୍ର ଦିବସ ଅବସରରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍-ସିସି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ । ଏହାସହ ଇଜିପ୍ଟର ସାମରିକ କଣ୍ଟିଜେଣ୍ଟ୍ ମଧ୍ୟ କର୍ତ୍ତବ୍ୟ ପଥରେ ଅଂଶଗ୍ରହଣ କରିବ । ଭାରତୀୟ ସେନାକୁ ୬୧ଟି କ୍ୟାଭାଲ୍ରିର , ନଅ ମେକାନାଇଜଡ୍ କଲମ୍ସ ,ଟି ମାର୍ଚ୍ଚ କଣ୍ଟିଜେଣ୍ଟ୍ ଏବଂ ଏକ ଫ୍ଲାଏ-ପାଷ୍ଟ ଦ୍ୱାରା ପ୍ରତିନିଧିତ୍ୱ କରାଯିବ । ଚଳିତ ବର୍ଷର ପ୍ୟାରେଡରେ ତିନି ଜଣଙ୍କୁ ପରମବୀର ଚକ୍ର ଏବଂ ତିନିଟି ଜଣଙ୍କୁ ଅଶୋକ ଚକ୍ର ପୁରସ୍କାର ରେ ପୁରସ୍କୃତ କରାଯିବ । ଚଳିତ ବର୍ଷ ପରେଡ ଗ୍ରାଉଣ୍ତରେ 16 ଟି ମାର୍ଚ୍ଚ କଣ୍ଟିଜେଣ୍ଟ , ସେଣ୍ଟ୍ରାଲ ପାରା ମିଲିଟାରୀ, ଦିଲ୍ଲୀ ପୋଲିସ, ଏନସିସି, ଏନଏସଏସ ଏବଂ ଡ୍ରମ୍ସ ବ୍ୟାଣ୍ଡ ରହିବ । ଏହାସହ 27ଟି ରାଜ୍ୟ ପ୍ରଜ୍ଞାପନ ମେଢ଼କୁ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.