ETV Bharat / bharat

Omicronକୁ ନିରବ ଘାତକ କହିଲେ CJI

author img

By

Published : Feb 24, 2022, 7:48 AM IST

ଓମିକ୍ରନ୍ ନିରବ ଘାତକ : ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା
ଓମିକ୍ରନ୍ ନିରବ ଘାତକ : ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା

ମହାମାରୀ ଓମିକ୍ରନ ଭାରିଆଣ୍ଟକୁ ନିରବ ଘାତକ (Omicron variant silent killer) ଭାବେ ବିବେଚିତ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା (CJI NV Ramana on Omicron variant)। ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି ପାଇଁ କରାଯାଇଥିବା ଅନୁରୋଧ ଉପରେ ଗତକାଲି(ବୁଧବାର) ଏନଭି ରମନ୍ନା ଏପରି ମନ୍ତବ୍ୟ ଦେଇଛନ୍ତି ।

ନୂଆଦିଲ୍ଲୀ: ମହାମାରୀ ଓମିକ୍ରନ ଭାରିଆଣ୍ଟକୁ ନିରବ ଘାତକ (silent killer) ଭାବେ ବିବେଚିତ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି ପାଇଁ କରାଯାଇଥିବା ଅନୁରୋଧ ଉପରେ ଗତକାଲି(ବୁଧବାର) ଏନଭି ରମନ୍ନା ଏପରି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ ହେଉଛି ସାଇଲେଣ୍ଟ କିଲର । କୋରୋନାର ପ୍ରଥମ ଲହରରେ ସଂକ୍ରମିତ ହୋଇ 4 ଦିନରେ ସୁସ୍ଥ ହୋଇଯାଇଥିଲି । କିନ୍ତୁ ଏବେ ଓମିକ୍ରନ ଦ୍ବାରା ସଂକ୍ରମିତ ହେବାର 25 ଦିନ ହୋଇଗଲାଣି ତଥାପି ସମ୍ପୂର୍ଣ୍ଣ ଭଲ ହୋଇନାହିଁ ।

ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂହ ସିଜେଆଇ ଜଷ୍ଟିସ ରମନ୍ନାଙ୍କୁ ପୂର୍ଣ୍ଣ କ୍ଷମତାରେ ଫିଜିକାଲ କୋର୍ଟ ଶୁଣାଣି ଆରମ୍ଭ କରିବାକୁ ଅନୁରୋଧ ଉପରେ ରମନ୍ନା ଏପରି ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରତିଉତ୍ତରରେ ବିକାଶ ସିଂହ ଜବାବ ଦେଇଥିଲେ ଯେ, ଏହି ପ୍ରସଙ୍ଗରେ ଆପଣ ଅନଲକି । କିନ୍ତୁ ଲୋକମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟର 10ଜଣ ବିଚାରପତି କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ କୋର୍ଟର ସମସ୍ତ କର୍ମଚାରୀ ଟେଷ୍ଟ କରିବାରୁ 30 ପ୍ରତିଶତ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.