ETV Bharat / bharat

Omicron Variant In India: ଦିଲ୍ଲୀରେ ଓମିକ୍ରନ ବିପଦ ! ୧୫ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି

author img

By

Published : Dec 5, 2021, 10:48 AM IST

ଦିଲ୍ଲୀରେ ଓମିକ୍ରମ ମାମଲା ! ୧୫ ସନ୍ଦିଗ୍ଧ  ଡାକ୍ତରଖାନାରେ ଭର୍ତ୍ତି
ଦିଲ୍ଲୀରେ ଓମିକ୍ରମ ମାମଲା ! ୧୫ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି

ବିଶ୍ବବାସୀଙ୍କ ଚିନ୍ତା ବଢାଇଲାଣି କୋରୋନାର ନୂଆ ଭୂତାଣୁ ଓମିକ୍ରନ (corona new variant) । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶକୁ ଏଣ୍ଟ୍ରି ମାରିଲାଣି ଓମିକ୍ରନ । ଯାହାକୁ ନେଇ ଆତଙ୍କିତ ଲୋକେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବବାସୀଙ୍କ ଚିନ୍ତା ବଢାଇଲାଣି କୋରୋନାର ନୂଆ ଭୂତାଣୁ ଓମିକ୍ରନ (corona new variant) । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶକୁ ଏଣ୍ଟ୍ରି ମାରିଲାଣି ଓମିକ୍ରନ । ଯାହାକୁ ନେଇ ଆତଙ୍କିତ ଲୋକେ । ମହାରାଷ୍ଟ୍ର, ଗୁଜୁରାଟ ଓ କର୍ଣ୍ଣାଟକ ପରେ ଏବେ ଦିଲ୍ଲୀରେ ଓମିକ୍ରନ ବିପଦ । ୧୫ ସନ୍ଦିଗ୍ଧ LNJP ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅଧିକାରୀଙ୍କ ସୂଚନାଅନୁସାରେ ୧୫ ସନ୍ଦିଗ୍ଧ ରୋଗୀ ଡାକ୍ତରାଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ କୋରୋନା ପଜିଟିଭ ଅଛନ୍ତି । ବାକି ୬ ଜଣଙ୍କ ଗଳାରେ ସମସ୍ୟା ଓ ଜ୍ବର ଥିବା ଲକ୍ଷଣ ଦେଖିବାକୁ ମିଳିଛି । ସମସ୍ତଙ୍କୁ ଦିଲ୍ଲୀ ସରକାରୀ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଏହି ଡାକ୍ତଖାନାକୁ ଓମିକ୍ରନ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ରିର୍ଜଭ କରିଥିଲେ । ଶୁକ୍ରବାର ସୁଦ୍ଧା ସନ୍ଦିଗ୍ଧଙ୍କ ସଂଖ୍ୟା ୧୨ ଥିବାବେଳେ ଆଜି ୧୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ତିନିଜଣ ୟୁକେରୁ ଫେରିଥିବା କହିଛନ୍ତି ଡାକ୍ତର ସୁରେଶ କୁମାର ।

କେନ୍ଦ୍ର ସରକାର ୟୁକେ , ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁରକୁ ହାଇ ରିସ୍କ ଦେଶ ଭାବରେ ତାଲିକାଭୁକ୍ତ କରିଛନ୍ତି । ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ଜରୁରୀ । ପରୀକ୍ଷା ରିପୋର୍ଟ ଆସିଲେ ପରେ ହିଁ ଏମାନେ ଏୟାରପୋର୍ଟ ବାହାରକୁ ବାହାରିବାକୁ ଅନୁମତି ଦିଆଯିବ । ଭାରତରେ ଏଯାବତ ୪ ଜଣ ଓମିକ୍ରନ ଭାରିଏଣ୍ଟ ମାମଲା ଚିହ୍ନଟ ହୋଇଛି । କର୍ଣ୍ଣାଟକରୁ ୨, ମହାରାଷ୍ଟ୍ର ଓ ଗୁଜୁରାଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.