ETV Bharat / bharat

ରାଞ୍ଚିରୁ ଓଡିଆ ଡକାୟତ ଗ୍ୟାଙ୍ଗ ଗିରଫ

author img

By

Published : Mar 15, 2021, 12:52 PM IST

ରାଞ୍ଚିରୁ 4 ଓଡିଆ ଡକାୟତି ଗ୍ୟାଙ୍ଗ ଗିରଫ
ରାଞ୍ଚିରୁ 4 ଓଡିଆ ଡକାୟତି ଗ୍ୟାଙ୍ଗ ଗିରଫ

ଝାଡଖଣ୍ଡର ରାଞ୍ଚିରେ ଓଡିଶାର ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାଞ୍ଚି ପୋଲିସ । ଗତକିଛି ଦିନ ଧରି ସହରରେ ଏମାନେ ଲୁଟପାଟ କରୁଥିଲେ । ଅଧିକ ପଢନ୍ତୁ...

ରାଞ୍ଚି: ଝାଡଖଣ୍ଡର ରାଞ୍ଚିରେ ଲୁଟପାଟ, ଡକାୟତି କରୁଛନ୍ତି ଓଡିଶାର ଏକ ଗ୍ୟାଙ୍ଗ । ଯାହାର ପର୍ଦ୍ଦାଫାଶ କରିଛି ରାଞ୍ଚି ପୋଲିସ । ଏମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ରାଞ୍ଚିରେ ଏକ ଭଡା ଘର ନେଇ ଲୁଟପାଟ, ଡକାୟତି ଭଳି ଘଟଣା ଘଟାଉଥିଲେ । ଏହି ଅଭିଯୋଗରେ ରାଞ୍ଚି ପୋଲିସ 4 ଜଣକୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ବହୁ ସୁନାରୂପାର ଅଳଙ୍କାର ଜବତ କରିଛି ।

ରାଞ୍ଚିରୁ 4 ଓଡିଆ ଡକାୟତି ଗ୍ୟାଙ୍ଗ ଗିରଫ

ଗତ କିଛି ଦିନ ଧରି ରାଞ୍ଚିରେ ଲୁଟପାଟ ଓ ଛିନତାଇ ଭଳି ଘଟଣା ସହରବାସୀଙ୍କୁ ଅତିଷ୍ଠ କରି ରଖିଥିଲା । ଏହା ପଛରେ ପୋଲିସ ପ୍ରଥମେ ସ୍ଥାନୀୟ ଡକାୟତଙ୍କ ଉପରେ ସନ୍ଦେହ କରିଥିଲା । ପରେ ଏହା ପଛରେ ଓଡିଶାର ଗ୍ୟାଙ୍ଗ ଥିବା ନେଇ ଜାଣିବାକୁ ପାଇଥିଲା ।

ଗତ ମାର୍ଚ୍ଚ 9 ତାରିଖରେ ରାଞ୍ଚିର ଏହି ଅପରାଧି ଗ୍ୟାଙ୍ଗ ତୁପୁଦାନା ଅଞ୍ଚଳରୁ ଦେଢ ଲକ୍ଷ ଟଙ୍କା ଓ ରାତୁର 50 ହଜାର ଟଙ୍କା ଲୁଟ କରିଥିଲେ । ମାର୍ଚ୍ଚ 12 ତାରିଖରେ ଏକ ଗହଣା ଦୋକାନରୁ 2 ଲକ୍ଷ ଟଙ୍କାରୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଏହି ଗ୍ୟାଙ୍ଗ କାବୁ କରିବାକୁ ରାଞ୍ଚିର ସିଟି ଏସପି ସୌରଭ ହଟିଆ ଏସପି ବିନିତ କୁମାରଙ୍କ ନେତୃତ୍ବରେ ଏକ ଟିମ ଗଠନ କରିଥିଲେ । ଏକ ଟେକ୍ନିନିକାଲ ସେଲ ମାଧ୍ୟମରେ ଅପରାଧିଙ୍କୁ ଧରିବାରେ ସଫଳ ହୋଇଥିଲା ରାଞ୍ଚି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.