ETV Bharat / bharat

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ, ଚାକିରି ପାଇଁ ଡାକି ଜୀବନ ନେଇଥିଲା ଅଭିଯୁକ୍ତ

author img

By

Published : Aug 13, 2023, 8:53 AM IST

ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କୁ ହତ୍ୟା
ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କୁ ହତ୍ୟା

ଚାକିରି ସନ୍ଧାନରେ ଲକ୍ଷ୍ନୌ ଯାଇଥିବା ୩୦ ବର୍ଷୀୟା ଓଡ଼ିଆ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା । ଦୁଇ ଦିନ ତଳେ କାର୍‌ରୁ ମିଳିଥିଲା ମୃତଦେହ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦୁଇ ଦିନ ତଳେ ଲକ୍ଷ୍ନୌରେ କାର୍ ଭିତରୁ ଜଣେ ଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଥିଲେ ୩୦ ବର୍ଷୀୟା ସୁସ୍ମିତା ରାଉତ । ଏବେ ଏହି ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ସୁସ୍ମିତା ଚାକିରି ସନ୍ଧାନରେ ଲକ୍ଷ୍ନୌ ଆସିଥିବା ବେଳେ ତାଙ୍କୁ ତଣ୍ଟି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ କାରରେ ମୃତଦେହକୁ ଛାଡି ଫେରାର୍ ହୋଇଯାଇଥିଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ଦ୍ବିବେଦୀକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଚାକିରି ଆଳରେ ତାଙ୍କୁ ଲକ୍ଷ୍ନୌ ଡକାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ପିଜିଆଇ ଥାନା ଅନ୍ତର୍ଗତ ବୃନ୍ଦାବନ ଯୋଜନା ସେକ୍ଟର ୧୯ର ଏକ ଶୂନଶାନ ଅଞ୍ଚଳରୁ କାର୍ ଭିତରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଦୁଇଟି ମୋବାଇଲ ଫୋନ ମିଳିଥିଲା, ଯେଉଁଥିରୁ ମୃତକ ଓଡ଼ିଶାର ବୋଲି ଜଣାପଡିଥିଲା । ଗୋଟିଏ ଫୋନ ମୃତ ମହିଳାଙ୍କ ହୋଇଥିବା ବେଳେ ଅନ୍ୟ ଫୋନଟି ବିଷ୍ଣୁ ଦ୍ବିବେଦୀ ନାମକ ବ୍ୟକ୍ତିଙ୍କର ଥିଲା । ସୁଶ୍ମିତାଙ୍କୁ ଅତ୍ୟଧିକ ଡ୍ରଗ୍ସ ଦିଆଯାଇଥିବା ପ୍ରଥମେ ପୋଲିସ ସନ୍ଦେହ କରୁଥିଲା । ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ହତ୍ୟା ସମୟରେ ଅଭିଯୁକ୍ତ ବିଷ୍ଣୁ କାରରେ ଥିଲା ।

ଏହାମଧ୍ୟ ପଢନ୍ତୁ: ଲକ୍ଷ୍ନୌରେ ଓଡ଼ିଆ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, କାରରୁ ମିଳିଲା ମୃତଦେହ

ବିଷ୍ଣୁ ସୁସ୍ମିତାଙ୍କୁ ହତ୍ୟା କରିବା ପରେ ଦୂରନ୍ତ ଏକ୍ସପ୍ରେସରେ ବିହାର ଫେରାର୍ ହୋଇଯାଇଥିଲା । ସେଠାରୁ ସେ ପଶ୍ଚିମବଙ୍ଗ ପଳାୟନ ପାଇଁ ଚେଷ୍ଟା କରୁଥିବା ବେଳେ ଏହା ପୂର୍ବରୁ ପୋଲିସ ଧନବାଦ ଅଞ୍ଚଳରୁ ତାକୁ ଗିରଫ କରିନେଇଛି । ଅଭିଯୁକ୍ତକୁ ପଚରାଉଚରାରୁ ଜଣାପଡିଛି ଯେ, ସେ ଅନେକ ସମୟରେ ଓଡ଼ିଶା ଯିବା ଆସିବା କରୁଥିଲା । ସେଠାରେ ସୁସ୍ମିତାଙ୍କ ସହ ତା'ର ଚିହ୍ନା ପରିଚୟ ହୋଇଥିଲା । ବିଷ୍ଣୁ ସୁସ୍ମିତାଙ୍କୁ ଚାକିରି ଦେବାକୁ କହି ଲକ୍ଷ୍ନୌ ଡାକିଥିଲା । ତେବେ କାହିଁକି ସେ ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନି ।

ଏହାମଧ୍ୟ ପଢନ୍ତୁ: ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୁସ୍ମିତାଙ୍କ ପରିବାର ଲୋକେ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ହେଲେ ଏ ଯାଏଁ ସେମାନେ ଥାନାରେ କୌଣସି ଏଫଆଇଆର ରୁଜୁ କରିନାହାନ୍ତି । ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନସିକ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.