ଆଜି ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ୍

author img

By

Published : Sep 18, 2022, 11:49 AM IST

ଆଜି ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ୍
ଆଜି ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ୍ ()

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଜମିବ ନୂଆଁଖାଇ ଭେଟଘାଟ୍ । ଓସାକା ପକ୍ଷରୁ ଆଜି ହାଇଦ୍ରାବାଦର ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଆୟୋଜିତ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ-୨୦୨୨ । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ ଆଜି(ରବିବାର) ଏହି ମହୋତ୍ସବ ଆୟୋଜିତ ହେଉଛି । ହାଇଦ୍ରାବାଦ ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପ ଠାରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଛି । ଏଥିରେ ରାଜ୍ୟ ଓଡିଶା ସରକାରଙ୍କ ଯୋଜନା ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ନୂଆଁଖାଇ ଭେଟଘାଟ ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇ ସଂଧ୍ୟା 5 ଟା ଯାଏଁ ଚାଲିବ । ଯେଉଁଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଲୋକନୃତ୍ୟ, ଲୋକବାଦ୍ୟ, ଦଣ୍ଡନୃତ୍ୟ, ଭିନ୍ନ ଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏଥିପାଇଁ ପଶ୍ଚିମ ଓଡିଶାର ଅନେକ କଳାକାର ଆସିଛନ୍ତି । ପୂର୍ବାହ୍ନ 10ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ଇଷ୍ଟଦେବୀ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ଆରଧନା କରାଯିବ । ଦେବୀଙ୍କ ପ୍ରସାଦ ସେବନ ପରେ ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ମଧ୍ୟାହ୍ନରେ ଅତିଥିଙ୍କ ସମ୍ବୋଧନ ସହ ବିଭିନ୍ନ ଲୋକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ଏହାପରେ ଆରମ୍ଭ ହେବ ନୂଆଁଖାଇ ଭୋଜି । ଯେଉଁଥିରେ ପଶ୍ଚିମ ଓଡିଶାର ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ସହ ଭିନ୍ନ ଭିନ୍ନ ମିଠା ପିଠା ପରସା ଯିବ । ପରେ କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଏହାବାଦ୍ ପଶ୍ଚିମାଞ୍ଚଳକୁ ନେଇ କୁଇଜ ପ୍ରତିଯୋଗିତା ହେବ । ପରେ ପରେ ଜୁହାର ଭେଟଘାଟ ଅନୁଷ୍ଠିତ ହେବ । ଚଳିତ ବର୍ଷ ନୂଆଁଖାଇ ଭେଟଘାଟରେ ସମ୍ବଲପୁରୀ ବସ୍ତ୍ରାଳୟର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ପ୍ରଦର୍ଶନୀରୁ ଅତିଥି ଓ ଆସିଥିବା ଜନସାଧାରଣ କିଣାବିକା ମଧ୍ୟ କରିପାରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.