ETV Bharat / bharat

ଅଜିତ ପାଓ୍ବାରଙ୍କୁ କଟାକ୍ଷ କଲେ ଫଡନାଭିସ, କହିଲେ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

author img

By

Published : Apr 22, 2023, 10:49 PM IST

ଅଜିତ ପାଓ୍ବାରଙ୍କୁ କଟାକ୍ଷ କଲେ ଫଡନାଭିସ, କହିଲେ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ
ଅଜିତ ପାଓ୍ବାରଙ୍କୁ କଟାକ୍ଷ କଲେ ଫଡନାଭିସ, କହିଲେ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

ଅଜିତ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ହେବା ଇଚ୍ଛାକୁ କଟାକ୍ଷ କଲେ ଦେବେନ୍ଦ୍ର ଫଡନାଭିସ୍‌ । କହିଲେ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ପାରା ବଢିବାରେ ଲାଗିଛି । ଏନସିିପିର ବରିଷ୍ଠ ନେତା ଅଜିତ ପାଓ୍ବରଙ୍କ ବିଜେପି ମେଣ୍ଟରେ ମିଶିବା ନେଇ ଚର୍ଚ୍ଚା ପରେ ଗୋଟିଏ ପରେ ଗୋଟିଏ ଆକଳନ ସାଙ୍ଗକୁ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଛି । ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ବୋଲି ଅଜିତ ସ୍ପଷ୍ଟ କରିବା ପରେ ଏହାକୁ ନେଇ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଛି । ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହି ପରୋକ୍ଷରେ ଅଜିତଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।

ଫଡନାଭିସ କହିଛନ୍ତି, କେହି ମୁଖ୍ୟମନ୍ତ୍ରୀ ହେବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ସେ ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛୁକ ଥିବା ପ୍ରଶ୍ନରେ କହିଛନ୍ତି, ‘‘ମୁଁ ତାଙ୍କ ସାକ୍ଷାତକାର ଦେଖିନାହିଁ । କେହି ମୁଖ୍ୟମନ୍ତ୍ରୀ ହେବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଆମେ ତାଙ୍କ ଇଚ୍ଛାକୁ ଶୁଭକମନା ଜଣାଉଛୁ ।’’

ସେହିପରି ଫଡନାଭିସ ଶିବସେନା ଉଦ୍ଧବ ଗୋଷ୍ଠୀ, କଂଗ୍ରେସ ଓ ଏନସିପି ମିଶି ଗଠନ କରିଥିବା ମହାବିକାଶ ଅଗାଡି ମେଣ୍ଟ ସମ୍ପର୍କରେ ମଧ୍ୟ ଟିପ୍ପଣି ରଖିଛନ୍ତି । କହିଛନ୍ତି ‘‘ଏବେ ମହାବିକାଶରେ ଅଗାଡି ମେଣ୍ଟରେ କଣ ଚାଲିଛି ସେ ସମ୍ପର୍କରେ ମୁଁ ଜାଣନି । ସେମାନେ ନିଜକୁ ବଜ୍ର ମୁଠା ବୋଲି କହି ଆସିଛନ୍ତି । ହେଲେ ମୁଁ ସବୁବେଳେ କହି ଆସିଛି, ମୁଠାରେ ଫାଟ ଥାଏ, ତାହା କେବେହେଲ ବଜ୍ର ପରି କଠିନ ହୋଇପାରିବ ନାହି ।’’

ଏହା ମଧ୍ୟ ପଢନ୍ତୁ:- ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ: ଅଜିତ ପାଓ୍ବାର

ମହାରାଷ୍ଟ୍ରରେ ରାଜନୈତିକ ତାତି ମଧ୍ୟରେ ଆଜି ଏନସିପି ନେତା ଅଜିତ ପାଓ୍ବାର ନିଜର ରାଜନୈତିକ ଅଭିଳାଶା ସ୍ପଷ୍ଟ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ଓ ଏଥିପାଇଁ ସେ କାହିଁକି 2024 ପର୍ଯ୍ୟନ୍ତ ଅପେକ୍ଷା କରିବେ । ଯାହା ପରେ ତାଙ୍କର ଦଳବଦଳ ଚର୍ଚ୍ଚା ଏବେ ଆହୁରି ଘନୀଭୂତ ହେବାରେ ଲାଗିଛି ।ଅଜିତ ପାଓ୍ବାରଙ୍କ ଏଭଳି ବୟାନ ପରେ ଏନସିପିରେ ଫାଟ ସୃଷ୍ଟି ହୋଇସାରିଥିବା କୁହାଯାଉଛି । ଏହାରି ମଧ୍ୟରେ ଦେବେନ୍ଦ୍ର ଫଡନାଭିସଙ୍କ ଏହି ବୟାନ ଆସିଛି । ଅନ୍ୟପଟେ ଅଜିତ ପାଓ୍ବାରଙ୍କ ବିଜେପି ସହ ସମ୍ଭାବ୍ୟ ମିଶ୍ରଣକୁ ନେଇ ଏକନାଥ ସନ୍ଦେ ଗୋଷ୍ଠୀ ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଯଦି ଅଜିତ ତାଙ୍କ ସମର୍ଥିତ ବିଧାୟକଙ୍କ ସହ ବିଜେପି ସହ ମେଣ୍ଟ କରନ୍ତି, ତେବେ ସିନ୍ଦେ ଗୋଷ୍ଠୀ ସରକାରରୁ ମଧ୍ୟ ଓହରିବାକୁ ପଛାଇବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.