ETV Bharat / bharat

ମୁଁ ଅପରାଧି ନୁହଁ, ତେଣୁ ଇସ୍ତଫା ଦେବି ନାହିଁ: ବ୍ରିଜଭୂଷଣ ଶରଣ ସିଂହ

author img

By

Published : Apr 29, 2023, 1:11 PM IST

ମୁଁ ପଦରୁ ଇସ୍ତଫା ଦେବି ନାହିଁ । କାରଣ ମୁଁ ଜଣେ ଅପରାଧି ନୁହେଁ । ଯଦି ମୁଁ ଇସ୍ତଫା ଦିଏ ତେବେ ଏହା ସମାଜକୁ ଭୁଲ ବାର୍ତ୍ତା ଯିବ ବୋଲି କହିଲେ ବ୍ରିଜଭୂଷଣ ଶରଣ ସିଂହ । ଅଧିକ ପଢନ୍ତୁ

wfi president Brijbhushan Sharan Singh
wfi president Brijbhushan Sharan Singh

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ସହ ଗିରଫ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣ ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା । ଏପଟେ କିନ୍ତୁ ଇସ୍ତଫା ଦେବେ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି ବ୍ରିଜଭୂଷଣ ଶରଣ ସିଂହ ।

ସେ କହିଛନ୍ତି ଯେ,''ପଦରୁ ଇସ୍ତଫା ଦେବା ମୋ ପାଇଁ ଏକ ବଡ କଥା ନୁହେଁ । କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ । କାରଣ ମୁଁ ଜଣେ ଅପରାଧି ନୁହେଁ । ଯଦି ମୁଁ ଇସ୍ତଫା ଦିଏ ତେବେ ଏହା ସମାଜକୁ ଭୁଲ ବାର୍ତ୍ତା ଯିବ । ମୋ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ମୁଁ ଗ୍ରହଣ କରିଛି ବୋଲି ସେମାନେ ଭାବି ନେବେ । ମୋର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସରକାର ଏକ ତିନି ଜଣିଆ କମିଟି ଗଠନ କରିସାରିଛନ୍ତି ଏବଂ 45 ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ମୋର କାର୍ଯ୍ୟକାଳ ଶେଷ ହେବ । ତେଣୁ ମୁଁ ଇସ୍ତଫା ଦେବି ନାହିଁ । ''

ଏହା ମଧ୍ୟ ପଢନ୍ତୁ-କୁସ୍ତିଯୋଦ୍ଧାଙ୍କୁ ଘରକୁ ପଠାଇବାକୁ ପ୍ରସ୍ତୁତି, ଧାରଣାସ୍ଥଳରେ ପାଣି-ବିଦ୍ୟୁତ୍‌ କାଟିଲା ପୋଲିସ

କୁସ୍ତିଯୋଦ୍ଧା କରିଥିବା ଅଭିଯୋଗକୁ ନେଇ ବ୍ରିଜଭୂଷଣ ଶରଣ କହିଛନ୍ତି ଯେ, ''ଧାରଣାସ୍ଥଳରେ ବସିଥିବା କୁସ୍ତିଯୋଦ୍ଧା ମାନେ ପ୍ରତିଦିନ ନୂଆ ନୂଆ କଥା କହିବା ସହ ଦାବି ମଧ୍ୟ କରୁଛନ୍ତି । ପୋଲିସ ମୋ ବିରୋଧରେ ମାମଲା ରୁଜୁ କରୁ ବୋଲି ଦାବି କରିଥିଲେ, ତାହା ପୂରଣ ହେବା ପରେ ମଧ୍ୟ ସେମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ସେମାନେ କହୁଛନ୍ତି ଯେ ମୁଁ ସମସ୍ତ ପଦରୁ ଇସ୍ତଫା ଦେବି ଓ ମୋତେ ଗିରଫ କରାଯାଉ । ମୁଁ ସାଂସଦ, ମୋ ନିର୍ବାଚନମଣ୍ଡଳୀର ଲୋକମାନେ ମୋତେ ଭୋଟ ଦେଇ ସାଂସଦ କରିଛନ୍ତି । ଭିନେଶ ଫୋଗାଟଙ୍କ କାରଣରୁ ମୁଁ ସାଂସଦ ହୋଇନାହିଁ । କେବଳ ଗୋଟିଏ କୁସ୍ତି ପରିବାର ମୋତେ ବିରୋଧ କରୁଛନ୍ତି, ହରିୟାଣାର ଅଧିକାଂଶ ଲୋକ ମୋ ସାଥିରେ ଅଛନ୍ତି । ''

‘‘ସେମାନେ ଗତ 12 ମାସ ମଧ୍ୟରେ କୁସ୍ତିଯୋଦ୍ଧା ମାନେ ମୋ ବିରୋଧରେ ପୋଲିସ ଷ୍ଟେସନ, କ୍ରୀଡା ମନ୍ତ୍ରଣାଳୟ କିମ୍ବା ଫେଡେରେଶନରେ ଅଭିଯୋଗ କରିନାହାଁନ୍ତି । ଏହାପୂର୍ବରୁ କୁସ୍ତିଯୋଦ୍ଧାମାନେ ମୋତେ ପ୍ରଶଂସା କରୁଥିଲେ । ଏମିତିକି ସେମାନଙ୍କ ବିବାହକୁ ନିମନ୍ତ୍ରଣ ମଧ୍ୟ କରିଥିଲେ । ମୋ ସହ ଫଟୋ ଉଠାଇବା ସହ ଆଶୀର୍ବାଦ ମଧ୍ୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ମୋ ବିରୋଧରେ ଧାରଣାରେ ବସିଛନ୍ତି ।’’

ଏହାସହ ସେ ଆହୁରି କହିଛନ୍ତି କି, ‘‘ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ପୋଲିସ ପାଖରେ ପହଞ୍ଚିଛି । ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ ତାହା ମୁଁ ଗ୍ରହଣ କରିବି । କୁସ୍ତିଯୋଦ୍ଧାଙ୍କ ଏହି ବିରୋଧ ପଛରେ କିଛି ଶିଳ୍ପପତି ଏବଂ କଂଗ୍ରେସର ହାତ ରହିଛି । ମୋ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଏଫଆଇଆର କପି ମୋ ପାଖରେ ପହଞ୍ଚି ପାରିନି । ମୁଁ ନିର୍ଦ୍ଦୋଷ, ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପୁରା ପ୍ରସ୍ତୁତ।''

ସୂଚନା ଥାଉକି, ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା । ଏପଟେ ନିଜ ଜିଦ୍‌ରେ ଅଡି ବସିଛନ୍ତି କୁସ୍ତି ଯୋଦ୍ଧା । ଜାରି ରଖିଛନ୍ତି ଆନ୍ଦୋଳନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.