ETV Bharat / bharat

କୋରୋନା ସତ୍ତ୍ବେ ବଦଳିବନି ବଙ୍ଗ ନିର୍ବାଚନ, ନିୟମ ପାଳନ କରିବାକୁ କଡା ନିର୍ଦ୍ଦେଶ

author img

By

Published : Apr 15, 2021, 9:49 PM IST

ସଂକ୍ରମଣ ବୃଦ୍ଧି ସତ୍ତ୍ବେ ପଶ୍ଚିମବଙ୍ଗ ନିର୍ବାଚନ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ନହେବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଅଧିକ ପଢନ୍ତୁ...

west bengal
କୋରୋନା ସତ୍ତ୍ବେ ବଦଳିବନି ବଙ୍ଗ ନିର୍ବାଚନ, ନିୟମ ପାଳନ କରିବାକୁ କଡା ନିର୍ଦ୍ଦେଶ

କୋଲକାତା: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ସତ୍ତ୍ବେ ପଶ୍ଚିମବଙ୍ଗ ନିର୍ବାଚନ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ନ ହେବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଅନ୍ୟପକ୍ଷେ କୋରୋନା ସମ୍ବନ୍ଧୀୟ ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଆଗାମୀ ଚାରି ପର୍ଯ୍ୟାୟର ମତଦାନକୁ ଏକାସାଙ୍ଗରେ କରାଇବାର କୌଣସି ଯୋଜନା ନାହିଁ । ଅର୍ଥାତ ନିର୍ବାଚନ ଆୟୋଗରେ କୌଣସି ପରିବର୍ତ୍ତନ ହେବନାହିଁ । କୋରୋନାର ଚିନ୍ତାଜନକ ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋୟ ସବୁ ଦଳକୁ ନେଇ ବୈଠକ କରିଥିଲେ । ଏଥିରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି ।

କୋରୋନାଙ୍କ ଭୟାବହ ଗତିକୁ ବିଚାରକୁ ନେଇ କଳ୍ପନାଜଳ୍ପନା କରାଯାଉଥିଲା ଯେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନିର୍ବାଚନ ଏକାସାଙ୍ଗରେ ହୋଇପାରେ । ବର୍ତ୍ତମାନ ନିର୍ବାଚନ ଆୟୋଗ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ତେବେ ସମସ୍ତ ଦଳଙ୍କୁ ମଧ୍ୟ କୋରୋନା ଗାଇଡଲାଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.