ETV Bharat / bharat

ସେରମ୍ CEO ଆଦର ପୁନାୱାଲାଙ୍କୁ ସମନ

author img

By

Published : Mar 5, 2022, 3:03 PM IST

no antibodies developed after taking covishield court summons serum institute ceo adar poonawalla and other
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲାଙ୍କୁ ସମନ

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସହିତ ୭ ଜଣଙ୍କୁ ସମନ୍ । କୋରୋନା ଟିକା କୋଭିଶିଲ୍ଡ ଭ୍ୟାକସିନ୍ ନେବାପରେ ଆଣ୍ଟିବଡି ତିଆରି ହୋଇନଥିବାରୁ ତାଙ୍କ ବିରୋଧରେ ସମନ ଜାରି ହୋଇଛି । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସହିତ ୭ ଜଣଙ୍କୁ ସମନ୍ । କୋରୋନା ଟିକା କୋଭିଶିଲ୍ଡ ଭ୍ୟାକସିନ୍ ନେବାପରେ ଆଣ୍ଟିବଡି ତିଆରି ହୋଇନଥିବାରୁ ତାଙ୍କ ବିରୋଧରେ ସମନ ଜାରି ହୋଇଛି ।

ସୂଚନା ଥାଉକି, ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରହୁଥିବା ପ୍ରତାପ ଚନ୍ଦ୍ର କୋରୋନା ଭ୍ୟାକସିନ୍ ନେବାପରେ ତାଙ୍କର ଆଣ୍ଟିବଡି ତିଆରି ହୋଇନଥିଲା । ଯାହାଫଳରେ ସେ ଠକେଇ ମାମଲା ରୁଜୁ କରି ଲକ୍ଷ୍ନୌ ଜିଲ୍ଲା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ଲକ୍ଷ୍ନୌ ଜିଲ୍ଲା କୋର୍ଟ ସେରମ୍ କମ୍ପାନୀର ମାଲିକ ଆଦର ପୁନାୱାଲା, ଡ୍ରଗ୍ସ କନଟ୍ରୋଲୋର ଡାଇରେକ୍ଟର, ସ୍ବାସ୍ଥ୍ୟ ସଚିବ, ଆଇସିଏମ୍‌ଆର ଓ ଡବ୍ଳୁଏଚଓ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗର ଶୁଣାଣି କରି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଏପ୍ରିଲ ୧ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତାପ ଚନ୍ଦ୍ର ନିଜ ଅଭିଯୋଗରେ କହିଛନ୍ତି ଯେ, ସେ 2021 ଏପ୍ରିଲ 8ତାରିଖରେ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିଲେ। ମାତ୍ର ଟିକା ନେବାର 28 ଦିନ ପରେ ସେ ଦ୍ବିତୀୟ ଡୋଜ ପାଇଁ ଯାଇଥିଲେ । କିନ୍ତୁ ଉକ୍ତ ଦିନ ତାଙ୍କୁ ଦ୍ବିତୀୟ ଡୋଜର ସମୟସୀମା ଛଅ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କୁହାଯାଇଥିଲା । ଏହାପରେ ସରକାର କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ସମୟ ବ୍ୟବଧାନକୁ 12 ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.