ETV Bharat / bharat

Praveen Nettaru murder case: PFI ସଦସ୍ୟଙ୍କ ସୂଚନା ଦେଲେ ୧୦ଲକ୍ଷ ପୁରସ୍କାର ଦେବ NIA

author img

By

Published : Jan 20, 2023, 10:21 PM IST

Etv Bharat
Etv Bharat

କର୍ଣ୍ଣାଟକ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ପ୍ରବୀଣ ନାଟ୍ଟାରୁଙ୍କ ହତ୍ୟା ଘଟଣା । ୨ ପପୁଲାର ଫ୍ରଣ୍ଟ ଇଣ୍ଡିଆର ସଦସ୍ୟଙ୍କ ସୂଚନା ଦେଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି । ଘୋଷଣା କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଦକ୍ଷିଣ କନ୍ନଡ ବେଲାରେ ଅଞ୍ଚଳରେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରୀ ସଦସ୍ୟଙ୍କ ହତ୍ୟା ଘଟଣା । ଏ ନେଇ ହତ୍ୟାକାରୀ ୨ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସଦସ୍ୟଙ୍କୁ ଚିହ୍ନଟ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ଏହି ୨ଜଣଙ୍କ ସମ୍ପର୍କରେ ସୂଚନା ଦେଲେ ଉକ୍ତ ବ୍ୟକ୍ତିଙ୍କୁ ୫ଲକ୍ଷ ଲେଖାଏଁ ୧୦ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି ଏନଆଇଏ ।

reward on PFI member
PFI ସଦସ୍ୟଙ୍କ ସୂଚନା ଦେଲେ ୧୦ଲକ୍ଷ ପୁରସ୍କାର ଦେବ NIA

ଗତ ବର୍ଷ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ଦକ୍ଷିଣ କନ୍ନଡ ଜିଲ୍ଲାର ବେଲାରେ ପ୍ରବୀଣ ନାଟ୍ଟାରୁଙ୍କୁ ହତ୍ୟା କରାଯାଇଥିଲା । ପ୍ରବୀଣଙ୍କ ଚିକେନ ଦୋକାନ ଆଗରେ ତାଙ୍କୁ ହତ୍ୟା କରି ସେମାନେ ଫେରାର ହୋଇଯାଇଥିଲେ । ଏ ନେଇ NIA ତଦନ୍ତ କରିଥିଲା । ଘଟଣାରେ ୪ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା ଏଜେନ୍ସି । ଗତ ନଭେମ୍ବର ୫ ତାରିଖରେ NIA ପ୍ରବୀଣ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନାମ ହେଉଛି ଶାଫି ବେଲାରେ, ଇକବାଲ ବେଲାରେ ଓ ଇବ୍ରାହିମ ଶାହ । ଏମାନଙ୍କ ମଧ୍ୟରୁ ବେଲାରେ ଗ୍ରାମରୁ ଇକବାଲ ହୋଇଥିବା ବେଳେ SDPIର ରାଜ୍ୟ ସଚିବ ହେଉଛି ଶାଫି ବେଲାରେ ।

ଏହା ବି ପଢନ୍ତୁ- Noida Rape Case: ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରିଥିବା ସୂଚନା

ଏମାନଙ୍କୁ ଗିରଫ କରିବା ପରେ PFIର ୨ ସଦସ୍ୟଙ୍କୁ ଚିହ୍ନଟ କରିଛି ଏଜେନ୍ସି । ୨ ସନ୍ଦିଗ୍ଧଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ଉକ୍ତ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ବଣ୍ଟୱାଲା ଅଞ୍ଚଳର ମହମ୍ମଦ ଶରିଫ(୫୩) ଓ ନେକ୍କିଲାଡି ଅଞ୍ଚଳର କେଏ ମସୁଦ(୪୦)ଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଏନଆଇଏ ଜନସାଧାରଣଙ୍କୁ ଅନୁରୋଧ କରିଛି । ଭାରତରେ ବ୍ୟାନ ହୋଇଥିବା PFIରେ ଏହି ୨ ଜଣ ରହିଥିବା ଏନଆଇଏ କହିଛି ।

ଯଦି କେହି ଏହି ୨ ପିଏଫଆଇ ସଦସ୍ୟଙ୍କ ସମ୍ପର୍କରେ ସୂଚନା ପାଆନ୍ତି ତେବେ info.blr.nia@gov.in ଏହି ଇମେଲ ଆଡ୍ରେସରେ ସୂଚନା ଦେବାକୁ କୁହାଯାଇଛି । ସେହିପରି ଫୋନ ନଂ 080-29510900/8904241100 କିମ୍ବା ଏସପିଙ୍କୁ ସୂଚନା ଦେବା ଲାଗି NIA କହିଛି । ସୂଚନା ଥାଉ କି ଏହି ହତ୍ୟାକାଣ୍ଡରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ NIA ୧୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଏହି ଅଭିଯୁକ୍ତମାନେ ହତ୍ୟାକାଣ୍ଡ ପରେ ଫେରାର ଥିଲେ । ଏହି ୪ ସନ୍ଦିଗ୍ଧ ହେଉଛନ୍ତି ବେଲାରେ ଅଞ୍ଚଳର ଏସ ମହମ୍ମଦ ମୁସ୍ତାଫା, କୋଡାଗୁ ଜିଲ୍ଲାର ଏମ.ଏଚ ଥୁଫାଲି, କଲ୍ଲୁମୁଟଲୁମନେର ଉମର ଫାରୁକ ଓ ବେଲାରେ ଅଞ୍ଚଳର ଅବୁବକର ସିଦ୍ଦିକି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.