ETV Bharat / bharat

Historic Moment ! ଆଜି ନୂଆ ସଂସଦ ଭବନ ଉଦଘାଟନ, ସାକ୍ଷୀ ରହିବ ଦେଶ; ଜାଣନ୍ତୁ ଭବ୍ୟ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ

author img

By

Published : May 28, 2023, 6:30 AM IST

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ନୂତନ ସଂସଦ ଭବନ ଉଦଘାଟନ ପାଇଁ ଭବ୍ୟ କାର୍ଯ୍ୟକ୍ରମ ଅୟୋଜିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବା ପୂର୍ବରୁ ରବିବାର ସକାଳୁ ପୂଜାର୍ଚନା ଆରମ୍ଭ ହେବ। ପରେ ସର୍ବଧର୍ମ ପ୍ରାର୍ଥନା ହେବ । ଉଦଘାଟନୀ ଉତ୍ସବରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, 25 ଟି ଦଳର ସାଂସଦ ଓ ଦଳୀୟ ପ୍ରତିନିଧି, ସରକାରୀ ଅଧିକାରୀ, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀ ସାକ୍ଷୀ ରହିବେ। ଭାରତ ଇତିହାସ ଲେଖିବ । ଇଂରେଜଙ୍କ ସଂକେତ ସଫା ହେବ । ଆତ୍ମନିର୍ଭର ଭାରତର ନୂଆ ସଂସଦ ଉଦଘାଟନ ହେବ। ଦେଶବାସୀଙ୍କ ଶ୍ରମ ଓ ସଂକଳ୍ପ ସାର୍ଥକ ହେବ । ସ୍ବଦେଶୀ ସଂସଦରୁ ଏଣିକି ଭାରତ ଶାସନ ହେବ। ଆଜି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ଉତ୍ସବକୁ ବର୍ଜନ କରିଥିବା 21 ଟି ରାଜନୈତିକ ଦଳ ଏଥିରେ ଅନୁପସ୍ଥିତ ରହିବେ ।

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ଏହାବି ପଢନ୍ତୁ- New Parliament Building: ବଢିବ କି ସାଂସଦଙ୍କ ସଂଖ୍ୟା ? ନୂଆ ସଂସଦ ନିର୍ମାଣ ପରେ ଜୋରଦାର ଚର୍ଚ୍ଚା

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ନୂତନ ସଂସଦ ଭବନ ଉଦଘାଟନ ପାଇଁ ଭବ୍ୟ କାର୍ଯ୍ୟକ୍ରମ ଅୟୋଜିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବା ପୂର୍ବରୁ ରବିବାର ସକାଳୁ ପୂଜାର୍ଚନା ଆରମ୍ଭ ହେବ। ପରେ ସର୍ବଧର୍ମ ପ୍ରାର୍ଥନା ହେବ । ଉଦଘାଟନୀ ଉତ୍ସବରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, 25 ଟି ଦଳର ସାଂସଦ ଓ ଦଳୀୟ ପ୍ରତିନିଧି, ସରକାରୀ ଅଧିକାରୀ, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ।

ପ୍ରଥମେ କଣ ହେବ:- ମିଳିଥିବା ସୂଚନା ଅନୁସାରେ ସକାଳ 7 ଟାରୁ ପୂଜା ଆରମ୍ଭ ହେବ । ପୂଜାସ୍ଥଳରେ ତାମିଲନାଡୁର ଆସିତିବା ସ୍ବତନ୍ତ୍ର ପଣ୍ଡିତ ଗଣ ସେଙ୍ଗୋଲର ପୂଜାର୍ଚନା କରି ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀ ସେଙ୍ଗୋଲ ବା ରାଜଦଣ୍ଡକୁ ନେଇ ନୂଆ ସଂସଦ ଭବନ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, ରାଜ୍ୟସଭା ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିବେ ।

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

କଣ ରହିଛି ବ୍ୟବସ୍ଥା:- ତ୍ରିକଣୀ ଭାବେ ନିର୍ମିତ ହୋଇଥିବା ଏହି ଚାରି ମହଲା ବିଶିଷ୍ଟ ନୂଆ ସଂସଦ ଭବନ 64 ହଜାର 500 ବର୍ଗ ମିଟରରେ ଛିଡା ହୋଇଛି । ସଂସଦ ଭବନର ତିନୋଟି ଦ୍ବାର ରହିଛି । ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ଭବନରେ ସର୍ବାଧିକ ସୌରଶକ୍ତି ବ୍ୟବହାର ହେବ । ବିଶୁଦ୍ଧ ବାୟୁ ପ୍ରବାହ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ନୂଆ ସଂସଦ ଭବନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହା ସେସ୍ମିକ ଜୋନ-5କୁ ନଜରରେ ରଖି ନିର୍ମାଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭୂକମ୍ପ ନିରୋଧୀ କୋଠା ।

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ହାଇ ସିକ୍ୟୁରିଟିରେ ନୂଆ ସେଣ୍ଟ୍ରାଲ ଦିଲ୍ଲୀ :- ପୁରା ସଂସଦ ମାର୍ଗକୁ ଦିଲ୍ଲୀ ପୋଲିସ ଏ ସ୍ପେଶାଲ ଫୋର୍ସ ସୁରକ୍ଷା ଦେଉଛନ୍ତି । ସଂସଦ ପରିସର ଓ ଏହାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳରେ ରଖାଯାଇଛି । ଆଜି ଉଦଘାଟନୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମକୁ ଦେଖି ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟାପକ କରାଯାଉଇଛି । ସାଧାରଣ ଲୋକଙ୍କ ଯେମିତି ଅସୁବିଧା ନହେବ ତାହାକୁ ନିଶ୍ଚିତ କରାଯାଇଛି । ଦିଲ୍ଲୀ ପୋଲିସ ଓ ସ୍ପେଶାଲ ଫୋର୍ସ ମିଳିତ ଭାବେ ପୁରା ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଦାୟିତ୍ବରେ ଅଛନ୍ତି । ସମଗ୍ର ଦିଲ୍ଲୀକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ସେଣ୍ଟ୍ରାଲ ଦିଲ୍ଲୀର ସୁରକ୍ଷା, ଆଇନ ଶୃଙ୍ଖଳା ଓ ଟ୍ରାଫିକ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ଏହାବି ପଢନ୍ତୁ- Watch: ପ୍ରଧାନମନ୍ତ୍ରୀଙ୍କୁ ରାଜଦଣ୍ଡ ହସ୍ତାନ୍ତର କଲେ ଅଧିନମ ମଠ ମହନ୍ତ

ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ

ଉଦଘାଟନୀ କାର୍ଯ୍ୟକ୍ରମ:-

  • ସକାଳ 7.30 ରୁ ଆରମ୍ଭ ହେବ ପୂଜା । ପୂଜାପାଇଁ ମହାତ୍ମାଗାନ୍ଧୀଙ୍କ ଷ୍ଟାଚ୍ୟୁ ପାଖରେ ପୂଜା ମଣ୍ଡପ ନିର୍ମାଣ ହୋଇଛି ।
  • ସକାଳ 8.30 ରେ ସେଙ୍ଗୋଲ ବା ରାଜଦଣ୍ଡକୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନ ।
  • ସକାଳ 9.30 ରେ ସର୍ବଧର୍ମ ପ୍ରାର୍ଥନା ସଭା । ପାର୍ଲାମେଣ୍ଟ ଲବିରେ ହେବ ସର୍ବଧର୍ମ ପ୍ରାର୍ଥନା ସଭା । ଏଥିରେ ସବୁ ଧର୍ମରୁ ଧର୍ମ ପ୍ରଚାରକ ଓ ପଣ୍ଡିତ ଉପସ୍ଥତି ରହିବେ ।
  • ମଧ୍ୟାହ୍ନ 12 ଟାରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ ହେବ । ଏହାପରେ ଅଧିକୃତ ଅତିଥି ସମ୍ବୋଧିତ କରିବେ ।
  • ଅପରାହ୍ନ 1 ଟା ରେ ପ୍ରଧାନମନ୍ତ୍ରୀ 75 ଟଙ୍କିଆ କଏନର କରିବେ ଉନ୍ମୋଚନ ।
  • 1.10 ରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରକୁ କରିବେ ସମ୍ବୋଧନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.