ETV Bharat / bharat

BJP ସଂସଦୀୟ ବୋର୍ଡ ପୁନର୍ଗଠନ, ବାଦ ପଡିଲେ ଗଡକରୀ-ଶିବରାଜ

author img

By

Published : Aug 17, 2022, 4:37 PM IST

Etv Bharat
Etv Bharat

ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠନ ସହ ବିଜେପି ଶୀର୍ଷ ନେତୃତ୍ବରେ କିଛି ବଡ ପରିବର୍ତ୍ତନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଜେପି ସଂସଦୀୟ ବୋର୍ଡ (BJP Parliamentary Board) ପୁନର୍ଗଠନ ସହ ବିଜେପି (BJP) ଶୀର୍ଷ ନେତୃତ୍ବରେ କିଛି ବଡ ପରିବର୍ତ୍ତନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା (Bjp National President Jaggat Prakash Nadda) । ନୂଆ ସଂସଦୀୟ ବୋର୍ଡରରୁ ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ (Union Minister Nitin Gadkari) ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ (Shivraj Singh Chouhan) ଙ୍କୁ ବାଦ ଦେଇଛନ୍ତି ନଡ୍ଡା ।

ସଂସଦୀୟ ବୋର୍ଡ

ବିଜେପି ସଂସଦୀୟ ବୋର୍ଡର ମୁଖ୍ୟ ଦଳ ଜେପି ନଡ୍ଡା ଥିବା ବେଳେ, ବୋର୍ଡ ରେ ମୋଟ 11 ଜଣ ସଦସ୍ୟ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରହିଛନ୍ତି । ନୂଆ ସଦସ୍ୟ ଭାବେ ଜାତୀୟ ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା, ସୁଧା ଯାଦବ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଦ୍ଧା ଯାଦବ, ସତ୍ୟ ନାରାୟଣ ଯାଟିଆ ବୋର୍ଡରେ ସ୍ଥାନ ପାଇଛନ୍ତି ।

BJP ସଂସଦୀୟ ବୋର୍ଡ ପୁନର୍ଗଠନ, ବାଦ ପଡିଲେ ଗଡକରୀ ଶିବରାଜ
BJP ସଂସଦୀୟ ବୋର୍ଡ ପୁନର୍ଗଠନ, ବାଦ ପଡିଲେ ଗଡକରୀ ଶିବରାଜ

କେନ୍ଦ୍ରୀୟ ନିର୍ବାଚନ ସମିତି ...

ସଂସଦୀୟ ବୋର୍ଡ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ ସମିତି କମିଟିର ମଧ୍ୟ ପୁନର୍ଗଠନ କରିଛନ୍ତି । ଏହି କମିଟିର ମୁଖ୍ୟ ଦଳ ସଭାପତି ଜେପି ନଡ୍ଡା ଥିବା ବେଳେ, ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ ରହିଛନ୍ତି । ଏହାବାଦ ସିଇସି କମିଟିରେ ନୂଆ ସଦସ୍ୟ ଭାବେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା, ସୁଧା ଯାଦବ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଦ୍ଧା ଯାଦବ, ସତ୍ୟ ନାରାୟଣ ଯାଟିଆ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଓମ ମାଥୁର ଓ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥୀ ଶ୍ରୀନିବାସ (Vanathi Srinivasan) ବୋର୍ଡରେ ସ୍ଥାନ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.