ETV Bharat / bharat

Presidential Election: ଭୋଟ ପାଇଁ ବେଙ୍ଗାଲୁରୁ ଗଲେ ଦ୍ରୌପଦୀ ମୁର୍ମୁ

author img

By

Published : Jul 10, 2022, 9:30 PM IST

Presidential Election: ଭୋଟ ପାଇଁ ବେଙ୍ଗାଲୁରୁ ଗଲେ ଦ୍ରୌପଦୀ ମୁର୍ମୁ
Presidential Election: ଭୋଟ ପାଇଁ ବେଙ୍ଗାଲୁରୁ ଗଲେ ଦ୍ରୌପଦୀ ମୁର୍ମୁ

ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଭୋଟ ଭିକ୍ଷା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆଜି(ରବିବାର) ବେଙ୍ଗାଲୁରୁ ଯାଇଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ନିଜ ସପକ୍ଷରେ ସମର୍ଥନ ଜୁଟାଇବାକୁ ମୁର୍ମୁ ଏକ ଘରୋଇ ଜେଟ୍ ଯୋଗେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ବିଜେପି ରାଜ୍ୟ ସଭାପତି ନଳୀନ କୁମାର କଟୀଲ(Nalin Kumar Kateel) ଏବଂ ଅନ୍ୟାନ୍ୟ ବରିଷ୍ଠ ଦଳୀୟ ନେତୃବନ୍ଦ ବିମାନ ବନ୍ଦରରେ ପହଞ୍ଚି ଫୁଲମାଳ, ଶାଲ୍ ଓ ମହୀଶୂର ପଗଡି଼ ପ୍ରଦାନ କରି ମୁର୍ମୁଙ୍କ ସ୍ବାଗତ କରିଛନ୍ତି ।

ବିମାନ ବନ୍ଦରରୁ ଦ୍ରୌପଦୀ ମୁର୍ମୁ ଏକ ହୋଟେଲରେ ପହଞ୍ଚି ଥିଲେ । ସେଠାରେ ସେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ଭୋଟ ଭିକ୍ଷା କରିଛନ୍ତି । ଏହାସହିତ ମୁର୍ମୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା JD(S) ନେତା ଏଚଡି ଦେବ ଗୌଡା଼ଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ଦଳର ସମର୍ଥନ ଲୋଡିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେପି ନେତୃତ୍ବାଧୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଚୟନ କରିଛି । ରାଇସିନା ହିଲ୍ ଦୌଡରେ ମୁର୍ମୁ ବିଜୟୀ ହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ତଥା ପ୍ରଥମ ଓଡି଼ଆ ମହିଳା ରାଷ୍ଟ୍ରପତି ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.