ETV Bharat / bharat

ଭାରତ ବନ୍ଦ: ଟ୍ରେନ ଲାଇନ ଉଡାଇଲେ ନକ୍ସଲ

author img

By

Published : Apr 26, 2021, 10:28 AM IST

Updated : Apr 26, 2021, 11:14 AM IST

ଭାରତ ବନ୍ଦ: ରେଳପଥରେ ନକ୍ସଲଙ୍କ ବୋମା ବିସ୍ଫୋରଣ
ଭାରତ ବନ୍ଦ: ରେଳପଥରେ ନକ୍ସଲଙ୍କ ବୋମା ବିସ୍ଫୋରଣ

ଭାରତ ବନ୍ଦକୁ ସଫଳ କରିବା ପାଇଁ ନକ୍ସଲମାନେ ଝାଡ଼ଖଣ୍ଡରେ ରେଳପଥରେ ବୋମା ବିସ୍ଫୋରଣ କରିଛନ୍ତି । ଅଧିକ ପଢନ୍ତୁ...

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଥମୁନି ନକ୍ସଲ ଆତଙ୍କ । ଗୋଟିଏ ପରେ ଗୋଟିଏ ନୃଶଂସ କାଣ୍ଡ ଘଟାଇ ଚାଲିଛନ୍ତି ନକ୍ସଲ ଗୋଷ୍ଠୀ । ରବିବାର ରାତି ପ୍ରାୟ 2ଟାରୁ 3ଟା ମଧ୍ୟରେ ରାଜ୍ୟର ସୋନୁଆ ଓ ଚକ୍ରଧରପୁର ସ୍ଥିତ ମୁମ୍ବାଇ-ହାୱଡା ରେଳପଥକୁ ବୋମା ବିସ୍ଫୋରଣ କରି ଉଡାଇଦେଇଛନ୍ତି ଏହି ଗୋଷ୍ଠୀ । ବିସ୍ଫୋରଣ ପରେ ସେମାନେ ସେଠାରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।

ଭାରତ ବନ୍ଦ: ରେଳପଥରେ ନକ୍ସଲଙ୍କ ବୋମା ବିସ୍ଫୋରଣ
ଭାରତ ବନ୍ଦ: ରେଳପଥରେ ନକ୍ସଲଙ୍କ ବୋମା ବିସ୍ଫୋରଣ

ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପୋଲିସ୍, ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ବାର୍ଡ, ଆରପିଏଫ୍ ଏବଂ ରେଳ ଟ୍ରାକମ୍ୟାନଙ୍କ ଦ୍ୱାରା ମିଳିତ ଭାବରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ତେବେ ଏପ୍ରିଲ 26 ତାରିଖ ତଥା ଆଜି(ସୋମବାର) କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ଗିରଫ କରିବା ବିରୋଧରେ ଦେଶବ୍ୟାପୀ ବନ୍ଦ ପାଇଁ ନକ୍ସଲମାନେ ଆହ୍ଵାନ ଦେଇଥିଲେ । ରେଳ ଯାତ୍ରାକୁ ବାଧା ପହଞ୍ଚାଇ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ସେମାନେ ଏହି ବିସ୍ଫୋରଣ କରିଛନ୍ତି ।

ଏହି ବିସ୍ଫୋରଣ ଫଳରେ ପ୍ରାୟ 1 ମିଟରର ରେଳ ଟ୍ରାକ ନଷ୍ଟ ହୋଇଯାଇଛି । ପୋଷ୍ଟର ବ୍ୟାନରରେ ନକ୍ସଲମାନେ ଲେଖିଛନ୍ତି ଯେ ଦେଶବ୍ୟାପୀ କୃଷକ ଆନ୍ଦୋଳନ ତଥା ଅନେକ ଲୋକଙ୍କ ସଂଘର୍ଷ ଉପରେ ରାଜ୍ୟ ଦମନ ବିରୋଧରେ ଆଜି ଭାରତ ବନ୍ଦ ରହିବ । ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ, ଟାଟା-ଆଲେପେ ଏକ୍ସପ୍ରେସ, ଅହମ୍ମଦାବାଦ ଏକ୍ସପ୍ରେସ ଇତ୍ୟାଦି ଯାତ୍ରୀବାହୀ ଟ୍ରେନକୁ ଅଟକାଇ ଦିଆଯାଇଛି । ବିସ୍ଫୋରଣ ପରେ ସକାଳଠାରୁ ରେଳ ବିଭାଗର କର୍ମଚାରୀମାନେ ଟ୍ରାକ ବଦଳାଇବା କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 26, 2021, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.