ETV Bharat / bharat

ନୌସେନା ମୁଖ୍ୟ ଆର ହରି କୁମାର କୋରୋନା ପଜିଟିଭ

author img

By

Published : Apr 2, 2023, 9:07 AM IST

Navy Chief tests corona positive
Navy Chief tests corona positive

କୋରୋନା ପଜିଟିଭ ଚିହ୍ନଟ ହେଲେ ନୌସେନା ମୁଖ୍ୟ ଆର ହରି କୁମାର। ସୂଚନା ଦେଲେ ପରିବାର ଲୋକେ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋରୋନା ସଂକ୍ରମିତ ହେଲେ ନୌସେନା ମୁଖ୍ୟ ଆର ହରି କୁମାର । ଶୁକ୍ରବାର ଦିନ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । କୋରୋନା ସଂକ୍ରମିତ ହେବା ପରେ ଭୋପାଳରେ ଆୟୋଜିତ ତିନିଦିନିଆ ମିଳିତ କମାଣ୍ଡର ସମ୍ମିଳନୀରେ ସାମିଲ ହୋଇପାରିନଥିଲେ ନୌସେନା ମୁଖ୍ୟ । କୋରୋନା ପଜିଟିଭ ହେବାପରେ ପରିବାର ଲୋକେ ଏନେଇ ସୂଚନା ଦେଇଛନ୍ତି ।

ତେବେ ଗତ 30 ତାରଖରୁ ଭୋପାଳର କୁଶାଭାଉ ଠାକରେ ହଲରେ ତିନି ଦିନିଆ ସାମରିକ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ସମ୍ମିଳନୀର ପ୍ରଥମ ଓ ଦ୍ବିତୀୟ ଦିନରେ ଆର ହରି କୁମାର ସାମିଲ ହୋଇଥିଲେ । କିନ୍ତୁ ଶେଷ ଦିନରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସମ୍ମିଳନୀରେ ସାମିଲ ହୋଇପାରିନଥିଲେ । କୋରୋନା ସଂକ୍ରମିତ ହେବା ପରେ ଦିଲ୍ଲୀକୁ ଫେରିଆସିଥିଲେ ନୌସେନା ମୁଖ୍ୟ । ମିଳିତ କମାଣ୍ଡର ସମ୍ମିଳନୀରେ ଗତକାଲି ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

2021 ନଭେମ୍ବର 30 ତାରିଖରେ ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ଆର ହରି କୁମାର । ଆଡମିରାଲ କେ.ବି ସିଂଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । 1983 ଜାନୁଆରୀରେ ଭାରତୀୟ ନୌସେନାର କାର୍ଯ୍ୟନିର୍ବାହୀ ଶାଖାରେ ନିଯୁକ୍ତି ପାଇଥିଲେ ଆର ହରି କୁମାର । ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବାର ପ୍ରାୟ 40 ବର୍ଷ ମଧ୍ୟରେ, ସେ ବିଭିନ୍ନ କମାଣ୍ଡରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ । ସେ ଆଇଏନଏସ ନିଶାଙ୍କ, ଆଇଏନଏସ କୋରା ଏବଂ ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସ ରଣବୀର ପ୍ରମୁଖ ଅନେକ ଗୁରୁତ୍ବପୂର୍ଣ୍ଣ ମିଶନରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ୱେଷ୍ଟର୍ଣ୍ଣ ଫ୍ଲାଇଟର ଫ୍ଲାଇଟ୍ ଅପରେସନ୍ ଅଫିସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତେବେ ଦେଶରେ ଏବେ କୋରୋନା ସଂକ୍ରମଣ ଉପମୁହାଁ ହେବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ପାର କରୁଛି । ଯାହାକୁ ନେଇ ଚିନ୍ତାରେ ଦେଶବାସୀ । ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଗତକାଲି ଦେଶରେ 2,994 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ କୋରୋନା ଚିକିତ୍ସିତଙ୍କ ସଂଖ୍ୟା 16ହଜାର ପାର କରିଥିଲା । ସେହିପରି ମାର୍ଚ୍ଚ 31 ତାରିଖରେ 3 ହଜାର 95 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ 5 ଲକ୍ଷ 30 ହଜାର 867 ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.