ETV Bharat / bharat

National Voters Day: ମୋ ଭୋଟ ମୋ ଅଧିକାର

author img

By

Published : Jan 25, 2022, 8:03 AM IST

National Voters Day
National Voters Day

ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଏ । ବିଶେଷ କରି ଯୁବବର୍ଗର ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମୋ ଭୋଟ ମୋ ଅଧିକାର ଖାଲି କଥାରେ ନ ରହୁ ବାସ୍ତବତା ରୂପ ନେଉ । ଭୋଟରମାନେ ସଶକ୍ତ, ସଚେତନ, ନିରାପଦ ଓ ସୂଚନାପୂର୍ଣ୍ଣ ହେବା ଦରକାର । ମତଦାନ ସେମାନଙ୍କ ଅଧିକାର । ଏ ନେଇ ସେମାନେ ସଚେତନ ହେଲେ ହିଁ ଦେଶର ସମୃଦ୍ଧ ହେବ । ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରମାନଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଏ । ବିଶେଷ କରି ଯୁବବର୍ଗର ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଆଜି ଦ୍ବାଦଶ ଜାତୀୟ ଭୋଟର ଦିବସ ।

୧୯୫୦ରେ ଜାନୁଆରୀ ୨୫ରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଏହାର ପ୍ରତିଷ୍ଠା ଦିବସ ସ୍ମୃତିରେ ମତଦାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୧ରୁ ଏହି ଦିବସ ପାଳନ ହୋଇଆସୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଆଇନ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଯେଉଁମାନେ ୧୮ ବର୍ଷରୁ ଊର୍ଦ୍ଧ୍ବ ସେମାନେ ମତଦାନ ପାଇଁ ଯୋଗ୍ୟ ହୋଇଛନ୍ତି ସେମାନଙ୍କର ଆଶା, ଆକାଂକ୍ଷା ଓ ଦାୟିତ୍ବବୋଧ ବିଷୟରେ ମତଦାନ ଦିବସ ଗୁରୁତ୍ବ ଦେଇଥାଏ ।

ସମାବେଶୀ, ସୁଗମ ଏବଂ ସହଭାଗୀରେ ନିର୍ବାଚନ ତୁଲାଇବା ମଧ୍ୟ ଏକ ବଡ ଦାୟିତ୍ବ ପାଲଟିଛି । ପ୍ରତିବର୍ଷ ଏହି ଦିନଟିକୁ ନେଇ ନୂଆ ନୂଆ ବିଷୟବସ୍ତୁ ରହିଥାଏ । ଚଳିତ ବର୍ଷ ଦିବସର ବିଷୟବସ୍ତୁ ରହିଛି ନିର୍ବାଚନକୁ ସମ୍ମିଳିତ, ସୁଲଭ ଓ ସହଭାଗୀ କରିବା । ସଚେତନ ନାଗରିକଙ୍କ ଦ୍ବାରା କିପରି ଗଣତାନ୍ତ୍ରିକ ସରକାର ଏହାକୁ ସୂଚାରୁରୂପେ କାର୍ଯ୍ୟ କରିଥାନ୍ତି ଏବଂ ଦେଶର ବିକାଶଧାରା ଅବ୍ୟାହତ ରହିଥାଏ ତାହା ଏହି ଦିବସ ଅବସରରେ ସମ୍ପନ୍ନ କରାଯାଉଥିବା କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଥାଏ ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃଆରୀରୁ ମାର୍ଚ୍ଚ ଭିତରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଟ୍ଟ ୧୦ରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.