ETV Bharat / bharat

ରାଷ୍ଟ୍ରଭାଷା ହିନ୍ଦୀଙ୍କୁ ନେଇ Zomato ଜବାବ ଉପରେ ଝଡ

author img

By

Published : Oct 19, 2021, 6:06 PM IST

ରାଷ୍ଟ୍ରଭାଷା ହିନ୍ଦୀଙ୍କୁ ନେଇ Zomato ଜବାବ ଉପରେ ଝଡ
ରାଷ୍ଟ୍ରଭାଷା ହିନ୍ଦୀଙ୍କୁ ନେଇ Zomato ଜବାବ ଉପରେ ଝଡ

ରାଷ୍ଟ୍ରଭାଷା ହିନ୍ଦୀକୁ ନେଇ ଘନେଇଛି ବିବାଦ । ଯାହାକୁ ନେଇ ସୋସିଆଲ ମିଡିଆରେ #Reject_Zomato ଟ୍ରେଣ୍ଡ୍‌ କରିବା ପରେ କମ୍ପାନୀକୁ କ୍ଷମା ମାଗିବାକୁ ପଡିଛି । ଅଧିକ ପଢନ୍ତୁ...

ଚେନ୍ନାଇ: ପୁଣି ଚର୍ଚ୍ଚାରେ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ (Zomato) । ଏଥର ରାଷ୍ଟ୍ରଭାଷା ହିନ୍ଦୀକୁ ନେଇ ଘନେଇଛି ବିବାଦ । ଯାହାକୁ ନେଇ ସୋସିଆଲ ମିଡିଆରେ #Reject_Zomato ଟ୍ରେଣ୍ଡ୍‌ କରିବା ପରେ କମ୍ପାନୀକୁ କ୍ଷମା ମାଗିବାକୁ ପଡିଛି ।

ଜୋମାଟୋ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ହିନ୍ଦୀ ଭାଷାକୁ ନେଇ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ଆଣିଛନ୍ତି ଚେନ୍ନାଇର ଜଣେ ଗ୍ରାହକ । ଯୁକ୍ତିତର୍କର ଏହି ଚାଟ୍‌କୁ ମଧ୍ୟ ଗ୍ରାହକଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଜୋମାଟୋ ସାର୍ବଜନିକ ଭାବରେ କ୍ଷମା ପ୍ରାର୍ଥନା କରିଛି । ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରଥମେ ଚାକିରୀରୁ ହଟାଇ ଦିଆଯାଇଥିବାବେଳେ ପରେ ପୁନଃନିଯୁକ୍ତ କରିଦିଆଯାଇଥିବା କୁହାଯାଉଛି ।

ବିକାଶ ନାଁରେ ଜଣେ ବ୍ୟକ୍ତି ଟ୍ବିଟରରେ ଜୋମାଟୋ କର୍ମଚାରୀଙ୍କ ସହ କନଭରସେସନର ସ୍କ୍ରିନସଟ ଟ୍ବିଟ କରିଛନ୍ତି । ବିକାଶଙ୍କୁ ନିଜ ଅର୍ଡର ରିସିଭ କରିବାକୁ ଅସୁବିଧା ହେଉଥିଲା । ଏହାକୁ ନେଇ କର୍ମଚାରୀଙ୍କୁ ସେ ରେସ୍ତୋରାଁ ସହ ସମ୍ପର୍କ କରିବାକୁ କହିଥିଲେ । ଏହାର ଉତ୍ତରରେ ଜୋମାଟୋ କର୍ମଚାରୀ କହିଥିଲେ, ସେ ରେସ୍ତୋରାଁକୁ ୫ ଥର ଫୋନ କରିବାକୁ ପ୍ରୟାସ କରିଛନ୍ତି, ହେଲେ ଭାଷାରେ ବାଧା ଉପୁଜିବା କାରଣରୁ ଠିକ ଭାବରେ ଯୋଗାଯୋଗ ହୋଇପାରୁନି । ଏହା ଉପରେ ବିକାଶ କହିଥିଲେ, ଯଦି ଜୋମାଟୋ ତାମିଲନାଡୁରେ ସେବା ଯୋଗାଉଛି, ତେବେ ତାମିଲଭାଷୀଙ୍କୁ କାମରେ ରଖିବା ଉଚିତ ।

ପରେ ଜୋମାଟୋ କର୍ମଚାରୀଙ୍କୁ ରେସ୍ତୋରାଁରୁ ଟଙ୍କା ଫେରସ୍ତ ପାଇଁ କହିଥିଲେ ବିକାଶ । ଏହାର ପ୍ରତି ଉତ୍ତରରେ କର୍ମଚାରୀ ଜଣଙ୍କ କହିଥିଲେ ଯେ ହିନ୍ଦୀ ଆମ ରାଷ୍ଟ୍ରଭାଷା । ଏଥିପାଇଁ ସମସ୍ତଙ୍କୁ ଅଳ୍ପ ବହୁତେ ହିନ୍ଦୀ ଆସିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.